Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ବୁର୍ଲା ଭୀମସାର ଡାକ୍ତରଙ୍କ ଆନ୍ଦୋଳନ, ରୋଗୀସେବା ବ୍ୟାହତ

17/06/2019 at 3:27 PM

ସମ୍ବଲପୁର୧୭|୬: ଡାକ୍ତରମାନଙ୍କ ସର୍ବଭାରତୀୟ କାର୍ଯ୍ୟବନ୍ଦ ଆନ୍ଦୋଳନର ପ୍ରଭାବ ବୁର୍ଲା ଭୀମ୍‌ସାର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ପଡିଛି। ଆଜି ସକାଳ ୬ଟାରୁ ବୁର୍ଲା ଭୀମ୍‌ସାରର ସମସ୍ତ ଜୁନିୟର ରେସିଡେଣ୍ଟ,ସିନିୟର ରେସିଡେଣ୍ଟ, ଇଣ୍ଟର୍ଣ୍ଣ ଓ ପିଜି ଛାତ୍ରଛାତ୍ରୀ କେବଳ ଜରୁରୀକାଳୀନ ସେବା ଛଡା ଅନ୍ୟ ସମସ୍ତ ସେବା ବନ୍ଦ କରିଦେଇଛନ୍ତି।

ହେଲେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଡାକ୍ତରମାନେ ସ୍ବାଭାବିକ ଭାବରେ ଉଭୟ ଜରୁରୀ ସେବା ସହ, ଅନ୍ୟାନ ସେବା ଜାରୀ ରଖିଛନ୍ତି। ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ୨୪ଘଣ୍ଟା କାର୍ଯ୍ୟବନ୍ଦ ଆନ୍ଦୋଳନ ହେବା ଫଳରେ ରୋଗୀମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେବା ଆଶଙ୍କା କରାଯାଉଛି ।

ଦେଶର ବିଭିନ୍ନ ଡାକ୍ତରଖାନା ସମେତ ଆମ ରାଜ୍ୟର ଅନେକ ଡାକ୍ତରଖାନାରେ,ଡାକ୍ତର ଓ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଉପରେ ବାରମ୍ବାର ଆକ୍ରମଣ ହେବା ନଜିର ରହିଛି। ହେଲେ କୋଲକାତାର ଡାକ୍ତରଖାନାରେ ଡାକ୍ତରଙ୍କୁ ଯେଉଁଭଳି ମରଣାନ୍ତକ ଆକ୍ରମଣ କରାଗଲା, ତାହା ସବୁ ସୀମା ଲଘଂନ କରିସାରିଛି। ଏହାପରେ ରାଜନେତାମାନେ ଡାକ୍ତରଙ୍କୁ ସୁରକ୍ଷା ଦେବା ବଦଳରେ ଓଲଟା ଅପରାଧୀଙ୍କ ପକ୍ଷଭୁକ୍ତ ହେବା ଦୁର୍ଭାଗ୍ୟ ଜନକ।

ଏହାର ପ୍ରତିବାଦରେ ଆଜି ସାରାଦେଶରେ ଡାକ୍ତରମାନେ ୨୪ଘଣ୍ଟିଆ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସମ୍ବଲପୁର ବୁର୍ଲା ଭୀମ୍‌ସାରରେ ୫ଶହରୁ ଅଧିକ ଡାକ୍ତର,ପିଜିଛାତ୍ର,ଇଣ୍ଟର୍ଣ୍ଣ ଓ ରେସିଡେଣ୍ଟ ଡାକ୍ତର ଜରୁରୀ ସେବା ଛଡା ଅନ୍ୟ ରୋଗୀସେବା କରୁନାହାଁନ୍ତି।

ଫଳରେ ଗୁରୁତର ରୋଗୀସେବା ସମସ୍ୟା ସୃଷ୍ଟି ହୋଇଛି। ଆନ୍ଦୋଳନରତ ଡାକ୍ତରମାନଙ୍କ କହିବା ହେଲା,ରୋଗୀସେବା କରି ଯଦି ସେମାନଙ୍କ ଜୀବନପ୍ରତି ବିପଦ ସୃଷ୍ଟି ହେବ ଓ ସରକାର,ପୋଲିସ୍‌, ଆଇନ କିଏ ବି ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଆଗେଇ ଆସିବେ ନାହିଁ ତେବେ ଆସନ୍ତାଦିନରେ ରୋଗୀ ଓ ଡାକ୍ତରଙ୍କ ମଧ୍ୟରେ ଦୂରତା ବଢିବା ଆଶଙ୍କା କରାଯାଉଛି, ଯାହାକି ସମାଜ ପାଇଁ ଭଲ ସୂଚନା ନାହିଁ ।

ଡାକ୍ତରଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଥିବାରୁ, ଆମରାଜ୍ୟରେ ଏଥିପାଇଁ କଠୋର ଆଇନ ତିଆରି ହୋଇଛି। ହେଲେ ତାହାକୁ କଡାକଡି ଭାବରେ ପାଳନ କରାଯାଉନଥିବାରୁ ଡାକ୍ତରମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଡାକ୍ତରମାନେ ଗୁରୁତର ଅସୁସ୍ଥ ରୋଗୀଟିଏ ଡାକ୍ତରଖାନାକୁ ଅନେକ ଲୋକଙ୍କ ସହ ଆସିଲେ, ତାକୁ ଚିକିତ୍ସା କରିବା ବଦଳରେ ଅନ୍ୟ ଡାକ୍ତରଖାନାକୁ ରେଫର୍‌ କରିଦେଉଛନ୍ତି।

ଯାହାର ମୂଳ କାରଣ ହେଲା ମାଡ ଭୟ। ଗୋଟିଏ ଡାକ୍ତରଖାନାରୁ ଅନ୍ୟ ଡାକ୍ତରଖାନା ଯିବା ବାଟରେ ରୋଗୀର ମୃତ୍ୟୁ ଘଟିବା ସ୍ବାଭାବିକ। ତେଣୁ ଉଭୟ ରୋଗୀ ଓ ଡାକ୍ତରଙ୍କ ମଧ୍ୟରେ ସୁସଂପର୍କ ରହିବା ଉଚିତ୍‌ ବୋଲି ଡାକ୍ତରଙ୍କ ମତ। ବୁର୍ଲା ଭୀମ୍‌ସାରରେ ୫ଶହରୁ ଅଧିକ କାର୍ଯ୍ୟରତ ଡାକ୍ତର କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଯିବାପରେ ବର୍ତ୍ତମାନ ରୋଗୀସେବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି ବୋଲି, ମେଡିକାଲ୍‌ ଅଧୀକ୍ଷକ କହିଛନ୍ତି ।

ବୁର୍ଲା ଭୀମ୍‌ସାରରେ କେତେବେଳେ ରୋଗୀଙ୍କ ସଂପର୍କୀୟ ଡାକ୍ତରଙ୍କୁ ଆକ୍ରମଣ କରୁଥିବା ଅଭିଯୋଗ ହେଉଥିବା ବେଳେ, କେତେବେଳେ ଡାକ୍ତରମାନେ ସଂଘବଦ୍ଧ ଭାବରେ ରୋଗୀଙ୍କ ସଂପର୍କୀୟକୁ ମରଣାନ୍ତକ ଆକ୍ରମଣ କରିଥିବା ବୁର୍ଲାଥାନାରେ ଅଭିଯୋଗ ହୋଇଛି। ଏଭଳି ଅବସ୍ଥା ନା ଡାକ୍ତର ନା ରୋଗୀ କାହା ପାଇଁ ବି ଭଲ ନୁହେଁ। ରୋଗୀ ଓ ଡାକ୍ତରଙ୍କ ମଧ୍ୟରେ ଉତ୍ତମ ସଂପର୍କ ହିଁ ଉଭୟଙ୍କ ପାଇଁ ମଙ୍ଗଳମୟ ହେବ ।

   Related Posts