ଭିମସାରରେ କରୋନା ଆତଙ୍କ ଜାରି, ଆଉ ୭ ଡାକ୍ତର କୋଭିଡ-୧୯ ପଜିଟିଭ୍
8/08/2020 at 8:20 PM

ବୁର୍ଲା,୦୮|୦୮ : ବୁର୍ଲା ଭିମସାର୍ରୁ ପୁଣି ୭ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଭିମସାର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏହାକୁ ମିଶାଇ ମୋଟ୍ ୧୯ଜଣ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି ।
ଗତ ୬ ତାରିଖରେ ବୁର୍ଲା ଭିମସାରରେ ପୁଣି ୩ ଡାକ୍ତର କରୋନା ସଂକ୍ରମିତ ଥିବା ଜଣାପଡିଥିଲା। ଏହି ୩ ଜଣ ଡାକ୍ତର ମେଡିସିନ୍ ବିଭାଗରେ କାର୍ଯ୍ୟରତ ଥିବା ଜଣାପଡିଥିଲା। ଭିମସାର ଅଧିକ୍ଷକ ଡକ୍ଟର ଜୟଶ୍ରୀ ଦୋରା ଏହି ସୂଚନା ଦେଇଥିଲେ।
ଏହା ପୂର୍ବରୁ ମଧ୍ୟ ୯ ଜଣ ଡାକ୍ତର ମେଡିସିନ ବିଭାଗର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ପରେ ୩ ଜଣଙ୍କୁ ମିଶାଇ ୧୨ ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ପୁଣି ୭ ଡାକ୍ତର ପଜିଟିଭ୍ ଚିହ୍ନଟ ପରେ ମୋଟ୍ ସଂଖ୍ୟା ୧୯ରେ ପହଁଚିଛି ।
ତେବେ ମେଡିସିନ ବିଭାଗର ୩୮ ଜଣ ଡାକ୍ତର କ୍ବାରେଣ୍ଟାଇନ୍ ଥିବା ବେଳେ ଭୀମସାରରେ ମୋଟ ୭୦ ଜଣ ଡାକ୍ତର କ୍ବାରେଣ୍ଟାଇନ୍ ଯାଇଛନ୍ତି। ଏହା ସହ ମେଡିସିନ ବିଭାଗକୁ ୬ ତାରିଖରୁ ୧୨ ତାରିଖ ଯାଏଁ ୬ ଦିନ ପାଇଁ ବନ୍ଦ କରାଯାଇଛି |