Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ସେଲ୍‌ଫି ବେବୋ ସିମରନଙ୍କ ମୃତ୍ୟୁ ମାମଲା ; ଧ୍ରୁବରାଜ ସୁନାକୁ ୨ ଦିନିଆ ରିମାଣ୍ଡରେ ନେଲା ବୁର୍ଲା ପୋଲିସ

29/01/2019 at 3:30 PM

ସମ୍ବଲପୁର ୨୯|୧: ସେଲଫି ବେବୋ ସିମରନଙ୍କ ମୃତ୍ୟୁ ମାମଲା । ପୁରୁଷ ବନ୍ଧୁ ଧ୍ରୁବରାଜ ସୁନାଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଛି ବୁର୍ଲା ପୋଲିସ । ସେହିପରି  ଗତକାଲିଠୁ ଧ୍ରୁବରାଜକୁ  ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି ସମ୍ବଲପୁର ପୋଲିସ ।  ହତ୍ୟାକାଣ୍ଡର ଗୁମର ଖୋଲିବା ପାଇଁ ସମ୍ବଲପୁର ପୋଲିସର  ସ୍ବତନ୍ତ୍ର ଟିମ୍ ୩୦ଟି ପ୍ରଶ୍ନ ସମ୍ମିଳିତ ଏକ ଯାଞ୍ଚ ସିଟ୍ ପ୍ରସ୍ତୁତ କରିଛି। ଏହି ଆଧାରରେ ଚାଲିଛି ଜେରା ।

ଆବଶ୍ୟକ ହେଲେ  ସିମରନଙ୍କ  ମୃତଦେହ ଉଦ୍ଧାର କରାଯାଇଥିବା ସ୍ଥାନ ପିସି ବ୍ରିଜ୍ ତଳକୁ  ଧ୍ରୁବରାଜକୁ ନିଆଯିବ । ଧ୍ରୁବଙ୍କୁ ରିମାଣ୍ଡରେ ନେଇ ଉଭୟ ସମ୍ବଲପୁର ଓ ବୁର୍ଲା ପୋଲିସ ସତ ଓଗାଳିବାକୁ ଚେଷ୍ଟା କରୁଛି । 

ଜାନୁଆରୀ ୨ରେ ଆଲବମ୍ କୁଇନ୍ ସିମରନ୍ ସିଂଙ୍କ ମୃତଦେହ ବୁର୍ଲା ପିସି ବ୍ରିଜ୍ ତଳୁ ମିଳିଥିଲା । କେସିଙ୍ଗାରୁ ନୂଆବର୍ଷ କାର୍ଯ୍ୟକ୍ରମ ସାରି ଝାରସୁଗୁଡା ଫେରୁଥିବା ସିମରନ୍ ବୁର୍ଲା ପିସି ବ୍ରିଜ୍ ନିକଟକୁ ଆସିଲେ କିପରି ?  ସେ ଏକାଥିଲେ ନା ତାଙ୍କ ସହ ଅନ୍ୟ କେଉଁମାନେ ଥିଲେ ? କାହିଁକି ସିମରନ୍ ପିସିବ୍ରିଜ୍ ତଳକୁ ଡେଇଁ ଆତ୍ମହତ୍ୟା କଲେ ? ବ୍ରିଜ୍ ଉପରୁ ତାଙ୍କୁ କେହି ଠେଲି ଦେଇନାହାଁନ୍ତି କି ଫୋପାଡ଼ି ଦେଇନାହାଁନ୍ତି ତ ?

ଏସବୁର ଛାନଭିନ କରୁଛି ପୋଲିସ । ସେପଟେ ଧ୍ରୁବରାଜର ମାଆ ଓ ବାପା, ଦାଦା  ଫେରାର୍ ହୋଇଯାଇଛନ୍ତି। ବୁର୍ଲା ଥାନାରେ ହାଜର ହେବାକୁ ପୋଲିସ ତାଙ୍କ ଘର ଆଗରେ ଲଟ୍ କା  ଲଗାଇଛି ।

   Related Posts