ଥାନା ଭିତରେ ଗଞ୍ଜେଇ ଦଳୁଛନ୍ତି ଖାକୀ ପୋଷାକୀ! ବାହାରେ ଗଦା ହୋଇଛି ମଦ ବୋତଲ

Published By : Prameya-News7 Bureau | May 19, 2020 IST

ସମ୍ବଲପୁର୧୯/୫: କେତେବେଳେ ଡାକ୍ତରଙ୍କୁ ଧମକ ତ କେତେବେଳେ ରୋଗୀ ସମ୍ପର୍କୀୟଙ୍କୁ ମାଡ ମାରି ଚର୍ଚ୍ଚାରେ ରହୁଛି ବୁର୍ଲା ଭୀମସାର। ଠିକ୍ ସେମିତି ଭୀମସାର ଫାଣ୍ଡିରେ ପଡିଥିବା ବିଦେଶୀ ମଦ ବୋତଲର ଫଟୋ ସୋସିଆଲ୍ ମିଡିଆରେ ଏବେ ଭାଇରାଲ୍ ହେଲା ପରେ ପୁଣି ଚର୍ଚ୍ଚାରେ ବୁର୍ଲା ପୋଲିସ। ଖାଲି ଫାଣ୍ଡି ଭିତରେ ମଦ ବୋତଲ ରଖାଯାଇଛି ତା ନୁହେଁ ପୋଲିସ ବାବୁ ଜଣକ ହାତରେ ଗଞ୍ଜେଇ ଦଳୁଥିବାର ଫଟୋ ସୋସିଆଲ ମଡିଆରେ ଭାଇରାଲ୍ ହେଉଛି ।

{"id":272512,"sizeSlug":"large"}

ଏହା ସାଙ୍ଗକୁ ତାଙ୍କ ସାଙ୍ଗରେ ଜଣେ ପୋଲିସ ପୋଷାକରେ ମଧ୍ୟ ଥିବା ଦେଖିବାକୁ ମିଳିଛି । ତେବେ ଖାଲି ପୋଷାକରେ ଥିବା ପୋଲିସ ବାବୁ ଜଣଙ୍କ ଏସଆଇ ଗଣେଷ ବାରିକ ବୋଲି ଜଣାପଡିଛି । ତେବେ ଲକଡାଉନରେ ଏତେ ମଦ ବୋତଲ ଓ ଗଞ୍ଜେଇ କେଉଁଠୁ ଆସିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.