ରିଲିଜ୍‌ ହେଲା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ଲକ୍ଷ୍ମୀ ବମ୍‌ବ’ର ପ୍ରଥମ ଗୀତ ‘ବୁର୍ଜ ଖଲିଫା’, ଦେଖିଲେଣି ୪ ଲକ୍ଷରୁ ଅଧିକ ଲୋକ

Published By : Prameya-News7 Bureau | October 18, 2020 IST

ମୁମ୍ବାଇ ୧୮/୧୦: ବଲିଉଡ ଖିଲାଡି ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ୍‌ବ’ର ପ୍ରଥମ ଗୀତ ଆଜି ରିଲିଜ୍ ହୋଇଛି। ରିଲିଜ ହୋଇଥିବା ପ୍ରଥମ ଗୀତଟି ହେଉଛି ‘ବୁର୍ଜ ଖଲିଫା’। ଗୀତରେ ଅକ୍ଷୟଙ୍କ ସହ ନଜର ଆସିଛନ୍ତି ଅଭିନେତ୍ରୀ କିୟାରା ଆଡଭାନୀ। ଲୋକେ ଏହାକୁ ଏତେ ମାତ୍ରାରେ ପସନ୍ଦ କରିଛନ୍ତି ଯେ ଟ୍ବିଟରରେ #burjkhalifa ଟ୍ରେଣ୍ଡ କରୁଛି।

wp:core-embed/instagram {"url":"https://www.instagram.com/p/CGbtWcfn9_J/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CGbtWcfn9_J/?utm_source=ig_embed
/wp:core-embed/instagram

ଲୋକମାନେ ଗୀତରେ ଅକ୍ଷୟ ଓ କିୟାରାଙ୍କ ଡାନ୍ସକୁ ବେଶ୍ ପସନ୍ଦ କରିଛନ୍ତି। ଏହା ସହ ସୁନ୍ଦର ଲୋକେସନ ମଧ୍ୟ ଦେଖିବାକୁ ମିଳୁଛି। ଗୀତରେ କିୟାରା ଖୁବ୍ ସୁନ୍ଦର ଦିଶୁଛନ୍ତି। ଏହା ସହ ଅକ୍ଷୟ ହ୍ୟାଣ୍ଡସମ ଦିଶୁଛନ୍ତି। ରିଲିଜ ହେବାର କିଛି ସମୟ ମଧ୍ୟରେ ୪ ଲକ୍ଷରୁ ଅଧିକ ଲୋକ ଦେଖିଲେଣି।

ଗୀତକୁ ଟ୍ବିଟରରେ ବେଶ ଭଲ ରେସପନ୍ସ ମିଳୁଛି। ଏହାକୁ ଚଳିତବର୍ଷର ବ୍ଲଗବଷ୍ଟର ଗୀତ ବୋଲି ମଧ୍ୟ ଅନେକେ କହୁଛନ୍ତି। ତେବେ ଅକ୍ଷୟଙ୍କ ଏନର୍ଜିକୁ ବେଶ ପ୍ରଶଂସା କରାଯାଇଛି। ଏହା ହେଉଛି ତାମିଲ ହରର ଫିଲ୍ମ ‘ମୁନି-୨: କଞ୍ଚନା’ର ହିନ୍ଦୀ ରିମେକ। ଯାହାର ନାଁ ‘ଲକ୍ଷ୍ମୀ ବମ୍‌ବ’ ରଖାଯାଇଛି। ଫିଲ୍ମରେ ଅକ୍ଷୟଙ୍କ ଶରୀରରେ ଟ୍ରାନ୍ସଜେଣ୍ଡର ଆତ୍ମା କବଜା କରି ନେଉଛି ଓ ସେ ତାଙ୍କ ଶତ୍ରୁଙ୍କ ଉପରେ ପ୍ରତିଶୋଧ ନେଉଥିବା ଦେଖିବାକୁ ମିଳିବ।

ଏହା ନଭେମ୍ବର ୯ ଅର୍ଥାତ ଦୀପାବଳୀରେ ରିଲିଜ ହେବ। ଖୋଦ୍ ଅକ୍ଷୟ ନିଜେ ଏ କଥା ସୋସିଆଲ ମିଡ଼ିଆରେ ଜଣାଇ ଥିଲେ। ଏହା ସହ ସେ ଫିଲ୍ମର ମୋସନ ପୋଷ୍ଟର ଭିଡିଓ ମଧ୍ୟ ସେୟାର କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.