ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜ ସୁନାଖଣ୍ଡି ଲୁହାଖାନ ଜଙ୍ଗଲରେ ହାତୀକୁ ମାରି ପୋତିଦେଲେ ଦୁର୍ବୃତ୍ତ
2/11/2018 at 11:35 AM

ସୁନ୍ଦରଗଡ ୨|୧୧: ହାତୀକୁ ମାରି ଜଙ୍ଗଲରେ ପୋତିଦେଲେ ଦୁର୍ବୃତ୍ତ । ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜ ଅଞ୍ଚଳର ସୁନାଖଣ୍ଡି ଲୁହାଖାନ ଜଙ୍ଗଲରେ ଏକ ମାଇ ହାତୀକୁ ମାରି ପୋତି ଦିଆଯାଇଥିବା ଜଣାପଡିଛି । ଗତକାଲି ରାତିରେ ଏ ସମ୍ପର୍କରେ ବନ ବିଭାଗ ଖବର ପାଇଥିଲା । ଘଟଣା ପ୍ରଘଟ ହେବା ପରେ ପୁଣି ଦୁର୍ବୃତ୍ତମାନେ ପ୍ରମାଣ ନଷ୍ଟ କରିବାକୁ ଯାଇ ପୋତା ଯାଇଥିବା ହାତୀକୁ ମାଟି କାଢି ପୋଡି ଦେଇଛନ୍ତି । ଆଜି ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି ବନବିଭାଗ । ଘଟଣାରେ ହେରମେନ କେରକେଟାଙ୍କୁ ଗିରଫ କରିବା ସହ ତିନି ଜଣଙ୍କୁ ଅଟକ ରଖିଛି ବନ ବିଭାଗ
ଏହି ଘଟଣାରେ ସ୍ଥାନୀୟ ଫରେଷ୍ଟର ହରିଶ୍ଚନ୍ଦ୍ର ଜେନା ସ୍ଥାନୀୟ ମହିଳା ଫରେଷ୍ଟ ଗାର୍ଡ ସବିତା କିସାନଙ୍କୁ ନିଲମ୍ବନ କରିବା ସହ ରାଜଗାଙ୍ଗପୁର ରେଞ୍ଜର ଚନ୍ଦ୍ର ଶେଖର ଗଡନାୟକଙ୍କୁ ସୋ କଜ୍ ନୋଟିସ ଜାରି କରିଛନ୍ତି ରାଉରକେଲା ଡିଏଫଓ ।
Related Posts
ସାଙ୍ଗ ହେବ ତ ଏମିତି, ଭୂମିକମ୍ପରେ ବି ଏକାଠି
29 May 2022
ଫୁଲ ନୁହେଁ ସାପ ବରମାଳା, ଜୀବନ୍ତ ସାପ ପିନ୍ଧାଇ ବାହାଘର
29 May 2022