Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଡବଲ୍ ମର୍ଡର : ମାଟି ତଳେ ପୋତାଯାଇଛି ନିଖୋଜ ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ, ଜମିବାଡି ବିବାଦରୁ ହତ୍ୟା ସନ୍ଦେହ

14/11/2019 at 10:23 AM

କେନ୍ଦୁଝର ୧୪।୧୧: ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରି ମାଟି ତଳେ ପୋତି ଦେଲେ ଦୁର୍ବୃତ୍ତ । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ ଏ କାସିପାଳ ଜଙ୍ଗଲରେ ଦୁଇଟି ସ୍ଥାନରେ ଦୁଇଟି ମୃତଦେହ ପୋତା ଯାଇଥିବା ଜଣାପଡ଼ିଛି । ଛେଳି ଚରାଉ ଥିବାବେଳେ ଏହି ମୃତଦେହକୁ ଦେଖି ଗାଁରେ ଖବର ଦେଇଥିଲେ ଛେଳି ଚରାଳି ।

ଗତ ଶୁକ୍ରବାର ଦିନ ପାଟବିଲା ଗ୍ରାମର ବୁଦ୍ଧଦେବ ମହାକୁଡ଼ ଓ ତାଙ୍କ ସ୍ତ୍ରୀ ମାଳତୀ ମହାକୁଡ଼ ହାଟକୁ ଚନା ବିକିବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ବହୁ ଖୋଜା ଖୋଜି ପରେ ଗତକାଲି ମୃତ ବୃଦ୍ଧଦେବଙ୍କ ପୁଅ କାର୍ତିକା ମହାକୁଡ଼ ଘଟଣାସ୍ଥଳରେ ପହଞ୍ଚି ମାଟିତଳେ ମୃତଦେହ ପୋତାଯାଇଥିବା ଦେଖିଥିଲେ ।

ଏହାପରେ ସେ ପୋଲିସକୁ ଖବର ଦେଇଥିଲେ । ଆଜି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମାଜିଷ୍ଟ୍ରେଟ୍ ପହଞ୍ଚିବା ପରେ ମାଟି ଖୋଳି ମୃତଦେହକୁ ଉଦ୍ଧାର କରାଯିବ । ହତ୍ୟାକାଣ୍ଡ ପଛରେ ଜମିଜମା ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି ।

   Related Posts