Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||

ଡକାୟତମାନେ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟିନେଲେ ଟଙ୍କା

25/12/2018 at 2:31 PM

ବାଲେଶ୍ବର ୨୫/୧୨: ସୋରରେ ବ୍ୟବସାୟୀଙ୍କୁ  ଆକ୍ରମଣ କରି ଡକାୟତମାନେ  ଟଙ୍କା ଲୁଟି ନେଇଛନ୍ତି। ଗୁରୁତର ଆହତ ବ୍ୟବସାୟୀ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ରାତି ଆଠଟା ବଳେ୧୬ ନଂ ଜାତୀୟ ରାଜପଥ ବାରିକପୁର ଠାରେ କରିଥିବା ଚାଟ୍ ଦୋକାନ ବନ୍ଦ କରି ଫେରିବାବେଳେ ଡକାୟତଙ୍କ ହାବୁଡରେ ପଡିଥିଲେ ଯୁବ ବ୍ୟବସାୟୀ। ଡକାୟତମାନେ ତାଙ୍କ ହାତକୁ ପଛରୁ ବାନ୍ଧି ହାତର ଶିରାକୁ କାଟି ମନିପର୍ସ ନେଇ ଯାଇଛନ୍ତି। ତାଙ୍କ ମୋବାଇଲକୁ ଭାଙ୍ଗି ଫୋପାଡି ଦେଇଛନ୍ତି। ଡକାୟତମାନେ ତାଙ୍କୁ  ମାଡ ଦେଇ ହାତ ଶିରାକୁ କାଟି ଦେବା ପରେ ସାଇକେଲକୁ  ଫୋପାଡି ଦେବାରୁ ବ୍ୟବସାୟୀ ଜଣକ ସାଇକେଲ ନପାଇ ଘଟଣାସ୍ଥଳରୁ ତିନି କିଲୋମିଟର ଦୂର ଘରକୁ ଚାଲି ଚାଲି ଯାଇଥିଲେ। ବଡ ଭାଇକୁ ଫୋନ କରିଥିଲେ। ବଡଭାଇ ବାହାରେ ଥିବାରୁ ପହଞ୍ଚି ପାରି ନଥିଲେ ।  ସ୍ତ୍ରୀ ଓ ବଡଭାଇ ବ୍ୟବସାୟୀଙ୍କୁ ଗୁରୁତର ଭାବେ ଡାକ୍ତରଖାନାକୁ ଆଣିଥିଲେ।

 ବାହାନଗା ଇଛାପୁର ଗ୍ରାମର ରାଜେନ୍ଦ୍ର ମଳିକ ବାରିକପୁରରୁ ଚାଟ୍ ଦୋକାନ ବନ୍ଦ କରି ଫେରିବା ବେଳେ ଡକାୟତଙ୍କ ଡାବୁଡରେ ପଡି ଆକ୍ରମଣର ଶିକାର ହେବା ସହିତ ତାଙ୍କ ଠାରୁ ୧୨ ହଜାର ଟଙ୍କା ଲୁଟ ହୋଇଯାଇଛି। ଡକାୟତମାନେ ରାଜେନ୍ଦ୍ରଙ୍କ ମୁଣ୍ଡକୁ ଓ ଗୋଡକୁ ମଧ୍ୟ ବାଡେଇଛନ୍ତି। ଦୁଇଟି ମଟର ସାଇକେଲ ପଲ୍ସର ଓ ଗ୍ଲାମର ଯୋଗେ ଡକାୟତମାନେ ଆସିଥିଲେ। ବାଇକ ଚଳାଉଥିବା  ଡକାୟତ ହେଲମେଟ ପିନ୍ଧିଥିବା ବେଳେ ଆକ୍ରମଣ କରି ଟଙ୍କା ଲୁଟ ପରେ ସୋର ଦିଗକୁ ଦୃତ ଗତିରେ ପଳାଇ ଯାଇଥିଲେ। ଘରୁ ଗୁରୁତର ରାଜେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

   Related Posts