ପ୍ରଧାନମନ୍ତ୍ରୀଙ୍କ ସୁଧାର ଉପରେ ବ୍ୟୁରୋକ୍ରାସୀ ଲଗାଇଲେ ବ୍ରେକ୍, ନିଜ ପୁସ୍ତକରେ ଏହାର ଖୁଲାସା କଲେ ପୂର୍ବତନ ନୀତି ଆୟୋଗ ଉପାଧ୍ୟକ୍ଷ

Published By : Prameya-News7 Bureau | March 15, 2020 IST

ନୂଆଦିଲ୍ଲୀ ୧୫।୦୩: ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିଆଙ୍କ କହିବା କଥା ବ୍ୟୁରୋକ୍ରାସୀଙ୍କ କାରଣରୁ ମୋଦୀ ସରକାରଙ୍କ ସୁଧାର ଉପରେ ବ୍ରେକ୍ ଲାଗିଗଲା। ସେ ନିଜର ପୁସ୍ତକ ‘India Unlimited, Reclaiming the Lost Glory’ ରେ ଏହା ଉପରେ ବିସ୍ତାର ଭାବେ ଉଲ୍ଲେଖ କରିଛନ୍ତି। ନୀତି ଆୟୋଗର ପ୍ରଥମ ଉପାଧ୍ୟକ୍ଷ ପାନଗାରିଆ କହିଛନ୍ତି, ସମାଜବାଦୀ ବିଚାରଧାରା ଏକ ଆଦର୍ଶ ଦୁନିଆର ବିଚାର ଦେଇଥାଏ ଏବଂ ଯୁବ ବର୍ଗ ଏଥିପ୍ରତି ଆକର୍ଷିତ ହୋଇଥାନ୍ତି। ମାତ୍ର ଏହି ଆକର୍ଷଣ ବଜାର ବିରୋଧୀ ବିଚାରକୁ ପ୍ରୋତ୍ସାହନ ଦେଇଥାଏ। ଯୁବକଙ୍କୁ ଏହି ବିଚାର ସେମାନଙ୍କର କଲେଜ୍‌ରେ ସେମାନଙ୍କର ଶିକ୍ଷକଙ୍କ ଦ୍ଵାରା ମିଳିଥାଏ।

ସେ କହିଛନ୍ତି ଯେ, ସରକାର ସାର୍ବଜନୀନ କ୍ଷେତ୍ରର ଉଦ୍ୟୋଗକୁ ବଡ ସଂଖ୍ୟାରେ ଘରୋଇକରଣ ପାଇଁ ପ୍ରୟାସରତ ରହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ନୀତି ଆୟୋଗ ଦ୍ଵାରା ପ୍ରସ୍ତୁତ କମ୍ପାନୀର ତାଲିକା କ୍ୟାବିନେଟ୍‌ର ମଞ୍ଜୁରୀ ମିଳିବା ପରେ ମଧ୍ୟ ଅଧାରେ ଅଟକି ରହିଛି। ଏହା ବ୍ୟତୀତ ସେ ଲେବର ଲ ରିଫର୍ମ କଥାର ଉଦାହରଣ ଦେଇଛନ୍ତି ଯେ, କେମିତି ରାଜନୈତିକ ପ୍ରୟାସକୁ ବ୍ୟୁରୋକ୍ରାସୀ ଠପ୍ କରି ଦେଲା।

{"id":239019,"width":744,"height":399,"sizeSlug":"large"}

ସେ କହିଛନ୍ତି ଯେ, ଉଲ୍ଲେଖନୀୟ ଭାବେ ଭାରତରେ ବଡ ବଡ ଉଦ୍ୟୋଗୀ ବଜାର ଅନୁକୂଳ ସୁଧାରକୁ ଆଗକୁ ବଢାଇବା ଲାଗି ମହତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଅଧିକାଂଶ ଦେଶରେ ଆର୍ଥିକ ସଙ୍କଟ ସମୟରେ କମ୍ପାନୀ ଏହାକୁ ନିଜର ସୁଯୋଗ ଦୃଷ୍ଟିରେ ଦେଖିଥାଏ ଏବଂ ସେହି ନିୟମକୁ ହଟାଇବାକୁ ଯୁକ୍ତି ବାଢିଥାଏ, ଯାହା ତାର ପ୍ରଗତିରେ ବାଧକ ସାଜୁଛି। ମାତ୍ର ଭାରତରେ କମ୍ପାନୀ ଆର୍ଥିକ ସଙ୍କଟକୁ ସବସିଡି ଓ ଆମଦାନୀକୁ କମ୍ କରିବା ଦୃଷ୍ଟିରେ ଦେଖିଥାନ୍ତି।

ଉଲ୍ଲେଖଯୋଗ୍ୟ, ଅରବିନ୍ଦ ପନଗାରିଆ ଦୁନିଆର ସବୁଠୁ ଅନୁଭବୀ ଅର୍ଥଶାସ୍ତ୍ରୀଙ୍କ ମଧ୍ୟରୁ ଜଣେ। ଗଣମାଧ୍ୟମ ସୂଚନା ଅନୁସାରେ, ଅରବିନ୍ଦ ପୂର୍ବେ କୋଲମ୍ବିଆ ବିଶ୍ଵ ବିଦ୍ୟାଳୟର ପ୍ରଫେସର ଥିଲେ, କାରଣ ଏହି ବିଶ୍ଵ ବିଦ୍ୟାଳୟରୁ କାହାରିକୁ ଅବସର ଦିଆଯାଏ ନାହିଁ। ଏଥିପାଇଁ ତାଙ୍କୁ ବିଶ୍ଵ ବିଦ୍ୟାଳୟ  କର୍ତ୍ତୃପକ୍ଷ ପୁନର୍ବାର ଫେରି ଆସି କାର୍ଯ୍ୟଭାର ସମ୍ଭାଳିବାକୁ ନୋଟିସ୍ ପଠାଇଥିଲେ। ଏହା ପରେ ସେ କୋଲମ୍ବିଆ ବିଶ୍ଵ ବିଦ୍ୟାଳୟରେ ଯୋଗ ଦେଇଛନ୍ତି। ନୀତି ଆୟୋଗ ପଦରୁ ଇସ୍ତଫା ଦେବା ପରେ ସେ  ସେଠାରେ ଅର୍ଥ ଶାସ୍ତ୍ର ପଢାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.