Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ପଶ୍ଚିମବଙ୍ଗ ବର୍ଦ୍ଧମାନ ଷ୍ଟେସନରେ ଅଘଟଣ, ଭୂଷୁଡିପଡିଲା ପୁରୁଣା ବିଲ୍ଡିଂ, ୫ ଆହତ

4/01/2020 at 9:26 PM

ବର୍ଦ୍ଧମାନ ୪।୧:  ପଶ୍ଚିମବଙ୍ଗ ବର୍ଦ୍ଧମାନ ରେଳ ଷ୍ଟେସନରେ ଶନିବାର ବଡ ଧରଣର ଦୁର୍ଘଟଣା ଘଟିଛି। ଷ୍ଟେସନର ପ୍ରବେଶ ମାର୍ଗ ନିକଟରେ ଥିବା ପୁରୁଣା ବିଲ୍ଡିଂଟି  ଭୂଷୁଡି ପଡିଛି। ଫଳରେ ୫ ଜଣ ଆହତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡିଛି। ଭଙ୍ଗା ବିଲ୍ଡିଂ ତଳେ ଯାତ୍ରୀ ଦବି ରହିଥିବାର ଆଶଙ୍କା କରାଯାଉଥିବା ବେଳେ ସ୍ଥାନୀୟ ପୋଲିସ ସମେତ ରେଳବାଇ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।

ପୂର୍ବ ରେଳବାଇ ଅନ୍ତର୍ଗତ ଷ୍ଟେସନଙ୍କ ମଧ୍ୟରେ ବର୍ଦ୍ଧମାନ ଅନ୍ୟତମ। ବିଲ୍ଡିଂ ଭୁଷୁଡିବା ବେଳେ ଷ୍ଟେସନରେ ଅନେକ ଯାତ୍ରୀ ଉପସ୍ଥିତ ଥିଲେ। ରେଳବାଇ ମଧ୍ୟ ଭଙ୍ଗା ବିଲ୍ଡିଂ ତଳେ ଯାତ୍ରୀ ଚାପି ହୋଇ ରହିଥିବା ଆଶଙ୍କା ପ୍ରକାଶ କରିଛି। ଏଣୁ ଷ୍ଟେସନରେ ବଡ ଧରଣର ଉଦ୍ଧାର ଅଭିଯାନ ଆରମ୍ଭ ହୋଇଛି। ରିଲିଫ ଓ ଉଦ୍ଧାର ପିରଚାଳନା ନିମନ୍ତେ ପଶ୍ଚିମବଙ୍ଗ ପୋଲିସ ସମେତ ବର୍ଦ୍ଧମାନ ଜିଲ୍ଲା ପ୍ରଶାସନ ଓ ରେଳବାଇ ସୁକ୍ଷା ବଳ ଜାବନଙ୍କୁ ପଠାଯାଇଛି।

   Related Posts