Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦିଲ୍ଲୀ ବୁରାଡିରେ ୧୧ଜଣଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ଦୁର୍ଘଟଣା

15/09/2018 at 5:00 PM

ନୂଆଦିଲ୍ଲୀ ୧୫|୯: ଗତ ଜୁଲାଇ ମାସରେ ବୁରାଡିରେ ଭାଟିଆ ପରିବାରର ଏକସଙ୍ଗେ ୧୧ଜଣଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ ହୋଇଛି । ସେମାନେ ଆତ୍ମହତ୍ୟା କରିନଥିଲେ ବରଂ ସେମାନଙ୍କର ମୃତ୍ୟୁ ଏକ ଦୁର୍ଘଟଣାରୁ ହୋଇଥିଲା । କେନ୍ଦ୍ରୀୟ ଫରେନସିକ୍ ସାଇଣ୍ଟିଫିକ୍ ଲାବ୍ରୋରେଟୋରୀ (ସିଏଫଏସଏଲ) ପକ୍ଷରୁ ପ୍ରଦାନ କରାଯାଇଥିବା ମାନସିକ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ରିପୋର୍ଟ ଅନୁସାରେ ଧାର୍ମିକ ପୂଜାବିଧି ବେଳେ ଭାଟିଆ ପରିବାରର ସମସ୍ତ ସଦସ୍ୟଙ୍କର ଦୁର୍ଘଟଣା ଯୋଗୁଁ ମୃତ୍ୟୁ ହୋଇଥିଲା । ରିପୋର୍ଟରୁ ଏହା ମଧ୍ୟ ଜଣାପଡିଛି ଯେ ସେମାନଙ୍କର ଆତ୍ମହତ୍ୟା କରିବାର ଉଦ୍ଦ୍ୟେଶ ନଥିଲା ।

ସୂଚନା ଅନୁସାରେ ଏହି ଘଟଣାକୁ ଅପରାଧ ଶାଖା ସିବିଆଇର କେନ୍ଦ୍ରୀୟ ଫରେନସିକ୍ ସାଇଣ୍ଟିଫିକ୍ ଲାବ୍ରୋରେଟୋରୀ (ସିଏଫଏସଏଲ) କୁ ମାନସିକ ବ୍ୟବଚ୍ଛେଦ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ କହିଥିଲେ । ସିଏଫଏସଏଲର ଅଧିକାରୀ କହିଛନ୍ତି ଯେ, ମାନସିକ ବ୍ୟବଚ୍ଛେଦ ରିପୋର୍ଟରେ କୌଣସି ବ୍ୟକ୍ତିର ମେଡିକାଲ ରେକର୍ଡ ଯାଞ୍ଚ କରିବା ସହ ସଂପର୍କୀୟମାନଙ୍କୁ ପଚରାଉଚରା କରି ମୃତକଙ୍କ ମାନସିକ ସ୍ଥିତି ସଂପର୍କରେ ବିଶ୍ଲେଷଣ କରାଯାଇଥାଏ । ଗତ ବୁଧବାର ଦିନ ସିଏଫଏସଏଲର ପୁଲିସକୁ ରିପୋର୍ଟ ପ୍ରଦାନ କରିଛି।

ଅନୁଧ୍ୟାନରୁ ଜଣାପଡିଛି ଯେ, ଏହା ଏକ ଆତ୍ମହତ୍ୟା ଘଟଣା ନୁହେଁ । ଧାର୍ମିକ ପୂଜାବିଧି ବେଳେ ଅଚାନକ ଏକ ଦୁର୍ଘଟଣା ଘଟି ସେମାନଙ୍କର ମୃତ୍ୟୁ ହୋଇଥିଲା । ଭାଟିଆ ପରିବାରର କୌଣସି ସଦସ୍ୟଙ୍କୁ ନିଜ ଜୀବନ ଦେବାର ନଥିଲା । ସିଏଫଏସଏଲ ଟିମ୍ ସଦସ୍ୟ ବୁରାଡି ସ୍ଥିତ ଘରୁ ମିଳିଥିବା ରେଜିଷ୍ଟର ଲେଖାଯାଇଥିବା ନୋଟ୍ ସହ ପରିବାରର ଅନ୍ୟ ସଦସ୍ୟ ଏବଂ ସାଙ୍ଗମାନଙ୍କ ସହ ମଧ୍ୟ କଥାବାର୍ତ୍ତା ହୋଇଥିଲେ । ପରିବାରର ବଡ ପୁଅ ଦିନେଶ ଏବଂ ତାଙ୍କ ଭଉଣୀ ସୁଜାତାଙ୍କ ସହ ପାଖାପାଖି ୫୦ଜଣଙ୍କୁ ପଚରାଉଚରା କରି ସିଏଫଏସଏଲ ରିପୋର୍ଟ ପ୍ରସ୍ତୁତ କରିଥିଲା ।

ଗତ ଜୁଲାଇ ମାସରେ ଗୋଟିଏ ପରିବାରର ୧୧ଜଣଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ୭ଜଣ ମହିଳା, ୫ଜଣ ପୁରୁଷ ଥିଲେ ସେମାନଙ୍କ ମଧ୍ୟରେ ୨ଜଣ ନାବାଳକ ଥିଲେ । ସମସ୍ତଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଏବଂ ଜଣଙ୍କର ତଳେ ପଡିଥିବା ଅବସ୍ଥାରେ ମିଳିଥିଲା ।

   Related Posts