Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||
  • ଭୁବନେଶ୍ବର : DRDO ତଥ୍ୟ ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ନୂଆ ତଥ୍ୟ, ଦୁବାଇ ଲୁଲୁ ଇଣ୍ଟରନ୍ୟାସନାଲ୍ ଏଜେନ୍ସିରୁ ଆସିଥିଲା ଟଙ୍କା
  • ||

ବୁମରାହ ହେଲେ ‘wide man’, ୧୩ ବର୍ଷ ପରେ ଟିମ୍ ଇଣ୍ଡିଆ ରଚିଲା ଏହି ଲଜ୍ଜାଜନକ ରେକର୍ଡ

6/02/2020 at 4:28 PM

ନୂଆଦିଲ୍ଲୀ ୬।୨:  ହାମିଲଟନ୍ ପ୍ରଥମ ଦିନିକିଆ ପରାଜୟର ଏବେ କାରଣ ଖୋଜୁଛି ଟିମ୍ ଇଣ୍ଡିଆ। ଟି-୨୦ ସିରିଜ୍‌କୁ କ୍ଲିନ ସ୍ୱିପ୍ କରିଥିବା ଟିମ୍ ଇଣ୍ଡିଆ ପ୍ରଥମ ଦିନିକିଆରେ ୩୪୭ ରନର ବିଶାଳ ଟାର୍ଗେଟ୍ ଦେଇଥିଲା କ୍ୱିଇ ଟିମ୍‌କୁ । ଯାହାକୁ ସେମାନେ ଅକ୍ଲେଶରେ ହାସିଲ କରିନେବା ଏବ ଭାରତୀୟ ଟିମ୍‌କୁ ଆତ୍ମ ସମୀକ୍ଷା ଲାଗି ବାଧ୍ୟ କରିଛି।

ହାରର ଯେଉଁ ସବୁ କାରଣ ଖୋଜା ଯାଇଛି ସେଥିରେ ବୋଲରଙ୍କ ୱାଇଡ୍ ବଲ ଏକ ମୁଖ୍ୟ କାରଣ ବୋଲି ଏବେ ଆକଳନ କରାଯାଉଛି। ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ମିଳିଥିବା ଅତିରିକ୍ତ ୨୯ ରନରୁ କେବଳ ୨୪ ରନ ୱାଇଡ ବଲ ଯୋଗୁ ମିଳିଛି। ଏଥିରେ ସର୍ବାଧିକ ୱାଇଡ ପକାଇଛନ୍ତି ବୁମରାହ। ସେ ତାଙ୍କର ମୋଟ ଓଭରରେ ୯ଟି ବଲ ୱାଇଡ ଫିଙ୍ଗି ନିଜକୁ ‘ୱାଇଡ ମ୍ୟାନ’ ସାବ୍ୟସ୍ତ କରିଛନ୍ତି। ସେହିପରି ତାଙ୍କ ପଛକୁ ସାମୀ ୬ଟି ୱାଇଡ ବଲ ପକାଇଥିବା ବେଳେ ଶାର୍ଦ୍ଦୁଳ ଠାକୁର ୨, ରବିନ୍ଦ୍ର ଜାଡେଜା ଓ କୂଲଦୀପ ଯାଦବ ଗୋଟିଏ ଲେଖାଏଁ ୱାଇଡ ବଲ ପକାଇଛନ୍ତି।

ୱାନଡେ ରାଙ୍କିଙ୍ଗରେ ବିଶ୍ୱର ୧ ନମ୍ବର ବୋଲର ବୁମରାହଙ୍କ ଏପରି ୱାଇଡ ବଲ ଏବେ ଟିମ୍ ଇଣ୍ଡିଆ ଲାଗି ଚିନ୍ତାଜନକ ହୋଇଛି। ପ୍ରାୟ ୧୩ ବର୍ଷ ପରେ ଟିମ୍ ଇଣ୍ଡିଆ ୱାଇଡ ବଲ ଯୋଗୁ ୨୪ ରନ ଦେବା ବାସ୍ତବିକ ନିରାଶାଜନକ। ଏହା ପୂର୍ବରୁ ଟିମ୍ ଇଣ୍ଡିଆ ୨୦୦୭ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିବା ମ୍ୟାଚ୍‌ରେ ୱାଇଡ୍ ବଲ ଯୋଗୁ ସର୍ବାଧିକ ୨୬ ରନ୍ ଦେଇଥିଲା। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୨୦୦୭ ରେକର୍ଡ ବି ଏବେ ଭାଙ୍ଗିଛନ୍ତି ଭାରତୀୟ ଟିମ୍ । ତେବେ ୨୦୦୭ ମସିହାର ଏହି ମ୍ୟାଚ୍‌ର ଫଳାଫଳ ଭାରତ ସପକ୍ଷରେ ଯାଇଥିବାରୁ ସେତେବେଳେ ଏଥିପ୍ରତି କେହି ଧ୍ୟାନ ଦେଇନଥିଲେ। ତେବେ ସରିଜର ପରବର୍ତ୍ତି ମ୍ୟାଚ୍ ଫେବୃଆରୀ ୮ ତାରିଖ ଦିନ ଅକଲ୍ୟାଣ୍ଡେ ଖେଳାଯିବ।  

   Related Posts