Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||
  • ମୋରଡା : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ସ୍କର୍ପିଓ, ୪ ଗୁରୁତର ମେଡିକାଲରେ ଭର୍ତ୍ତି
  • ||
  • ଲମତାପୁଟ : ପୁଣି ଅପରେସନ୍ ଗ୍ରୀନ୍ କ୍ଲିନ୍ ଆରମ୍ଭ : ମାଓ ପ୍ରଭାବିତ ଅଞ୍ଚଳରେ ୮ଏକର ଗଞ୍ଜେଇ ଚାଷ ନଷ୍ଟ
  • ||

ଏହି ଅଭିନେତ୍ରୀଙ୍କୁ ଡେଟ୍ କରୁଛନ୍ତି ବୁମରାହ, ବିଶ୍ୱକପ୍ ପାଇଁ ଏବେ ଇଂଲଣ୍ଡ ପହଞ୍ଚିଛନ୍ତି ନାୟିକା

4/07/2019 at 8:13 PM

ମଞ୍ଚେଷ୍ଟର:  କ୍ରିକେଟ୍ ଓ ସିନେମା  ଜଗତର ସମ୍ପର୍କ ବେଶ ପୁରୁଣା। ଏଥିରେ ପୁଣି ଏକ ନୂଆ ଅଧ୍ୟାୟ ଯୋଡିବାକୁ ଯାଉଛନ୍ତି ଯଶପ୍ରୀତ ବୁମରାହ। ଭାରତୀୟ ଟିମର ଦ୍ରୁତ ବୋଲର ବୁମରାହ ତାଙ୍କ ବଲରେ ତାମବଡା ତାମବଡା ବ୍ୟାଟସମ୍ୟାନଙ୍କୁ  କ୍ଲିନ ବୋଲ୍ଡ କରୁଛନ୍ତି। ହେଲେ ପ୍ରେମର ପିଚ୍ ରେ କିନ୍ତୁ କେହି ତାଙ୍କୁ କ୍ଲିନବୋଲ୍ଡ କରିସାରିଲେଣି। ବୁମରାହଙ୍କ ନାମ ସହ ଏବେ ଦକ୍ଷିଣଭାରତୀୟ ନାୟିକା ଅନୁପମା ପରମେଶ୍ୱରନଙ୍କ ନାମକୁ ଯୋଡି  ଚର୍ଚ୍ଚା ଜୋର ଧରିଛି।  ଏବେ ଇଂଲଣ୍ଡରେ ବିଶ୍ୱକପ୍ ଚାଲିଛି। ଏଥିପାଇଁ ଟିମ ଇଣ୍ଡିଆ ସେଠାରେ ଅବସ୍ଥାନ କରୁଥିବା ବେଳେ  ଅନୁପମାଙ୍କୁ ବି ସେଠାରେ ପହଞ୍ଚିଛନ୍ତି। ଯାହା ସୁଣା ଯାଉଛି ବୁମରାହ ତାଙ୍କୁ ଡେଟ୍ କରୁଛନ୍ତି।

ତେବେ ଅଭିନେତ୍ରୀଙ୍କ ସହ ବୁମରାହଙ୍କ ନାମ ଯୋଡି ଚର୍ଚ୍ଚା କରାଯିବା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ଦକ୍ଷିଣ ଭାରତୀୟ ନାୟିକା ରାଶି ଖନ୍ନାଙ୍କୁ ନେଇ ବେଶ ଚର୍ଚିତ ହୋଇଥିଲେ ବୁମରାହ। ତେବେ ରାଶି ତାଙ୍କ ଆଡୁ ବୁମରାହଙ୍କ ସହ କୌଣସି ସମ୍ପର୍କ ନଥିବା କହିଥିଲେ। ସେ ବୁମରାହ ଜଣେ ଇଣ୍ଡିଆନ କ୍ରିକେଟର ବୋଲି ଜାଣନ୍ତି, କିନ୍ତୁ କେବେ ତାଙ୍କ ସହ ଭେଟ କି କଥା ହୋଇ ନଥିବା କହିବା ପରେ ଚର୍ଚ୍ଚାରେ ବୀରାମ ଲାଗିଥିଲା ।  ହେଲେ ଏବେ ଇଂଲଣ୍ଡରେ ଅନୁପମାଙ୍କ ଉପସ୍ଥିତିକୁ ନେଇ ବୁମରାହ ବେଶ୍ ଚର୍ଚ୍ଚିତ ହେଉଛନ୍ତି।

ଆଇସିସି ୱାର୍ଲଡ କପ୍ ୨୦୧୯ରେ ବୁମରାହଙ୍କ ପ୍ରଦର୍ଶନ ବେଶ୍ ଉତ୍ସାହଜନକ ରହିଛି। ପୁରା ଟିମରେ ଏବେ ବୁମରାହଙ୍କୁ ସ୍ପେସାଲ ଫ୍ୟକ୍ଟର ମନେ କରାଯାଉଛି। ୨୫ ବର୍ଷ ବୟସ୍କ ଏହି ଦ୍ରୁତ ବୋଲର ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଅନୁଷ୍ଠିତ ମ୍ୟାଚ୍ ରେ ନିଜ  ଦକ୍ଷତାର ପ୍ରମାଣ ଦେଇସାରିଛନ୍ତି।  

   Related Posts