ଆଇପିଏଲରେ ଘାତକ ବୋଲିଂ କରିଥିଲେ ଯଶପ୍ରୀତ ବୁମରାହ ; ଏବେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଉପରେ ନଜର

Published By : Prameya-News7 Bureau | November 12, 2020 IST

ନୂଆଦିଲ୍ଲୀ ୧୨/୧୧ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୦ ରେ ଯଶପ୍ରୀତ ବୁମରାହ ଯେଉଁଭଳି ଭାବେ ବୋଲିଂ ପ୍ରଦର୍ଶନ କଲେ ତାହା ପ୍ରଶଂସା​‌ଯୋଗ୍ୟ । ବୁମରାହ ଆଇପିଏଲ ସିଜିନ ୧୩ରେ ସବୁଠାରୁ ଅଧିକ ଓ୍ବିକେଟ ନେବା ଲିଷ୍ଟରେ ଦ୍ବିତୀୟ ସ୍ଥାନରେ ଥିଲେ । ଲକଡାଉନ ପୂର୍ବ ମ୍ୟାଚ ଗୁଡିକ ଯଦି ଦେଖିବାକୁ ଯିବା ତେବେ ଯଶପ୍ରୀତ ବୁମରାହ ଟି-୨୦ରେ ଚମତ୍କାର ପ୍ରଦର୍ଶନ ଜାରି ରଖିଥିଲେ  ମଧ୍ୟ ଦିନିକିଆରେ ତାଙ୍କ ପ୍ରଦର୍ଶନ ଚିନ୍ତାଜନକ ଥିଲା । ଆହତ ସମସ୍ୟାରୁ ଫେରିବା ପରେ ବୁମରାହ ଓ୍ବିକେଟ୍ ନେବାରେ ସମର୍ଥ ହେଉନଥିଲେ । ମେରୁଦଣ୍ଡଜନୀତ ସମସ୍ୟା କାରଣରୁ ବୁମରାହ ଗତବର୍ଷ ଓ୍ବେଷ୍ଟଇଣ୍ଡିଜ ଗସ୍ତ ପରେ ଆଉ ମ୍ୟାଚ ଖେଳିନଥିଲେ ।

{"id":360661,"sizeSlug":"large"}

ଆହତ ସମସ୍ୟାରୁ ଫେରିବା ପ​‌ରେ ଚଳିତ ବର୍ଷ ଜାନୁୟାରୀ ଏବଂ ଫେବୃୟାରୀରେ ଖେଳା ଯାଇଥିବା ଟି-୨୦ ଏବଂ ଦିନିକିଆରେ ବୁମରାହ ଓ୍ବିକେଟ ନେବାରେ ବିଲକୁଲ ଅସମର୍ଥ ହୋଇଥିଲେ । ବୁମରାହ ଟି-ଟ୍ବେଣ୍ଟିରେ ୬.୩୮ ଇକୋନୋମିରେ  ରେଟରେ ବୋଲିଂ କରି ୮ ଟି ଓ୍ବିକେଟ ନେଇଥିଲେ । କିନ୍ତୁ ଦିନିକିଆରେ ସେ ଓ୍ବିକେଟ ନେବା ପାଇଁ ସଂଘର୍ଷ କରିବାକୁ ଦେଖିବାକୁ ମିଳିଥିଲା । ଦିନିକିଆରେ ବୁମରାହ ୫.୧ ଇକୋନୋମି ରେଟରେ ବୋଲିଂ କରିଥିଲେ ଯାହାକି ତାଙ୍କ କ୍ୟାରିୟର ଇକୋନୋମି ୪.୫୫ ତୁଳନାରେ ଅଧିକ । ଏହି ଦିନିକିଆ ସିରିଜରେ ବୁମରାହ ମାତ୍ର ଗୋଟିଏ ଓ୍ବିକେଟ ନେବାରେ ସଫଳ ହୋଇଥିଲେ ।

{"id":360662,"sizeSlug":"large"}

କଙ୍ଗାରୁ ଟିମ ବିପକ୍ଷରେ ୩ଟି ଦିନିକିଆ, ୩ଟି ଟି-ଟ୍ବେଣ୍ଟି ଏବଂ ୪ଟି ଟେଷ୍ଟ ମ୍ୟାଚ ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ସାରିଲାଣି ଭାରତୀୟ ଟିମ । ତେବେ ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ଦିନିକିଆ ସିରିଜରେ ବୁମରାହଙ୍କ ପ୍ରଦର୍ଶନ ଉପରେ ଏବେ ସମସ୍ତଙ୍କ ନଜର । ଚଳିତ ଆଇପିଏଲରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଆଗାମୀ ଦିନିକିଆ ସିରିଜ୍ ବୁମରାଙ୍କ ପାଇଁ ଅଗ୍ନି ପରୀକ୍ଷା ହେବ । ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର କହିଛନ୍ତି ବୁମରାହ ଜଣେ ଚମତ୍କାର ବୋଲର ଏଥିରେ ସନ୍ଦେହ ନାହିଁ । ଯେଉଁ ବ୍ୟାଟ୍ସମ୍ୟାନ ଡିଫେନ୍ସ ଭଲ ଖେଳନ୍ତି ତାଙ୍କୁ ଓ୍ବିକେଟ ନେବାର କ୍ଷମତା ବୁମରାହଙ୍କ ନିକଟରେ ଭରପୁର ଅଛି  । ୧୯୮୩ ବିଶ୍ବକପ ବିଜୟୀ ଟିମର ସଦସ୍ୟ ମଦନ ଲାଲ ବୁମରାହଙ୍କ ତାରିଫ୍ କରିଛନ୍ତି  ଏବଂ କହିଛନ୍ତି ସେ ଆଇପିଏଲରେ ଯେପରି ପ୍ରଦର୍ଶନ କରିଛନ୍ତି ତାହା ଅଷ୍ଟ୍ରେଲିଆରେ ମଧ୍ୟ ଜାରି ରଖିବେ ବୋଲି ଆଶା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.