Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଇଂଲଣ୍ଡ ଗସ୍ତରେ ବୁମରାହଙ୍କ ପାଇଁ ଖାସ୍‌ ସେଞ୍ଚୁରୀ ମାରିବାର ସୁଯୋଗ, ଭାଙ୍ଗିପାରନ୍ତି କପିଳ ଦେବଙ୍କ ରେକର୍ଡ

2/06/2021 at 5:26 PM

ନୂଆଦିଲ୍ଲୀ ୦୨/ ୦୬ : ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ମ୍ୟାଚ ଖେଳିବ ଭାରତ । ଏ ନେଇ ଜୋରଦାର ପ୍ରସ୍ତୁତି ଚଳାଇଛି ଟିମ୍‌ ଇଣ୍ଡିଆ। ଇଂଲଣ୍ଡର ସାଉଥଆମ୍ପଟ ଷ୍ଟାଡିୟମରେ ଖେଳାଯିବ ଏହି ରୋମାଞ୍ଚକର ଫାଇନାଲ ମୁକାବିଲା । ଏହା ସହିତ ଇଂଲଣ୍ଡ ବିପକ୍ଷରେ ଭାରତ ଟେଷ୍ଟ ସିରିଜ ମଧ୍ୟ ଖେଳିବ । ତେବେ ଭାରତର ସ୍ପିଡ୍‌ ଷ୍ଟାର ଜଶପ୍ରୀତ ବୁମରାହଙ୍କ ପାଇଁ ଏହି ସିରିଜରେ ଏକାଧିକ ରେକର୍ଡ ସୃଷ୍ଟି କରିବାର ସୁଯୋଗ ରହିଛି । ପେସ୍‌ ବୋଲର ଭାବେ ବୁମରାହଙ୍କ ନିକଟରେ ଭାରତ ପକ୍ଷରୁ ସବୁଠାରୁ ଦୃତ ୧୦୦ ଓ୍ବିକେଟ ନେବାର ସୁଯୋଗ ରହିଛି ।
ତେବେ ଯଦି ବୁମରାହ ଏହି ରେକର୍ଡ ହାସଲ କରିନିଅନ୍ତି ତେବେ ସେ କପିଳ ଦେବଙ୍କୁ ମଧ୍ୟ ପଛରେ ପକାଇଦେବେ । କପିଳ ଦେବ ୨୫ଟି ଟେଷ୍ଟ ମ୍ୟାଚ ଖେଳି ଦୃତ ୧୦୦ ଓ୍ବିକେଟ ନେବାରେ ସଫଳ ହୋଇଥିଲେ । ତେବେ ବୁମରାହ ବର୍ତ୍ତମାନ ସୁଦ୍ଧା ୧୯ଟି ଟେଷ୍ଟ ଖେଳି ୮୩ଟି ଓ୍ବିକେଟ ନେଇଛନ୍ତି । ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ମ୍ୟାଚ ଏବଂ ଇଂଲଣ୍ଡ ବିପକ୍ଷ ସିରିଜରେ ଦୃତ ୧୦୦ ଓ୍ବିକେଟ ନେବାର ସୁଯୋଗ ପାଇଛନ୍ତି ବୁମରାହ ।
କପିଳ ଦେବଙ୍କ ସମେତ ଇରଫାନ ପଠାନ, ମହମ୍ମଦ ସାମୀ, ଶ୍ରୀନାଥ ଏବଂ ଇଶାନ୍ତ ଶର୍ମା ଦ୍ରୁତ ୧୦୦ ଓ୍ବିକେଟ କ୍ଲବରେ ସାମିଲ ଅଛନ୍ତି । ଇରଫାନ ପଠାନ ୨୮ ମ୍ୟାଚ ଖେଳି ୧୦୦ ଓ୍ବିକେଟ ନେଇଥିବା ବେଳେ ମହମ୍ମଦ ସାମୀ ୨୯ ମ୍ୟାଚ, ଜବାଗଲ ଶ୍ରୀନାଥ ୩୦ ମ୍ୟାଚ ଏବଂ ଇଶାନ୍ତ ଶର୍ମା ୩୩ଟି ଟେଷ୍ଟ ମ୍ୟାଚ ଖେଳି ୧୦୦ ଓ୍ବିକେଟ ନେବାର ରେକର୍ଡ ରହିଛି ।
ଆସନ୍ତା ଜୁନ ୧୮ରୁ୨୨ ତାରିଖ ଯାଏଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ଏହା ପରେ ଘରୋଇ ଇଂଲଣ୍ଡ ସହିତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଲିବ ଭାରତ । ତେଣୁ ଏହି ଗସ୍ତରେ ବୁମରାହଙ୍କ ପାଇଁ ମୋଟ ୬ଟି ଟେଷ୍ଟ ଖେଳିବାର ସୁଯୋଗ ରହିଛି । ତେଣୁ ବୁମରାହ ସବୁଠାରୁ ଦ୍ରୁତ ୧୦୦ ଓ୍ବିକେଟ ନେଇ ରେକର୍ଡ କରିବାର ସୁଯୋଗ ରହିଛି ।

   Related Posts