ଯୁବରାଜ-ଧୋନୀଙ୍କ ମଧ୍ୟରେ ଚୟନ କରିବା ମା ଓ ବାପାଙ୍କ ମଧ୍ୟରେ ଚୟନ କରିବା ସହ ସମାନ: ବୁମରା

Published By : Prameya-News7 Bureau | April 27, 2020 IST

ନୂଆଦିଲ୍ଲୀ, ୨୭।୦୪: କରୋନା ଭାଇରସ୍‌ ଲକ୍‌ଡାଉନ୍‌ କାରଣରୁ ସବୁ ପ୍ରକାର ଖେଳ ବନ୍ଦ ରହିଛି। କ୍ରିକେଟ୍ ଖେଳାଳି ମଧ୍ୟ ଘରେ ବନ୍ଦୀ ହୋଇ ରହିଛନ୍ତି। ଫଳରେ ଖେଳାଳି ସାମାଜିକ ଗଣମାଧ୍ୟମରେ ନିଜର ମତାମତ ଏବଂ ପ୍ରତିକ୍ରିୟା ଅନୁଭୂତି ରଖୁଛନ୍ତି। ଏହି କ୍ରମରେ ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର ଯଶପ୍ରୀତ ବୁମରା କହିଛନ୍ତି ଯୁବରାଜ ସିଂହ ଓ ମହେନ୍ଦ୍ର ସିଂହଙ୍କ ମଧ୍ୟରୁ ଜଣଙ୍କୁ କାହାକୁ ଜଣେ ଚୟନ କରିବା ମା ଓ ପିତାଙ୍କ ମଧ୍ୟରେ ଚୟନ କରିବା ସହ ସମାନ।

ଯୁବରାଜ ଓ ବୁମରା ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ପରସ୍ପର ସହ ଆଲୋଚନା ସମୟରେ ଯୁବରାଜ ବୁମରାଙ୍କୁ କହିଛନ୍ତି ଯେ ଯଦି ତୁମକୁ ତାଙ୍କ ଏବଂ ଧୋନୀଙ୍କ ମଧ୍ୟରୁ କାହାକୁ ମ୍ୟାଚ୍ ଫିନିସର ଭାବେ ଚୟନ କରିବାକୁ କୁହାଯିବ ତେବେ ତୁମେ କାହାକୁ ଚୟନ କରିବ।  ଏହା ଉପରେ ବୁମରା କହିଛନ୍ତି ଯେ ମୁଁ କାହାକୁ ହେଲେ ଚୟନ କରିବି ନାହିଁ। ଯୁବରାଜ ଓ ଧୋନୀଙ୍କ ମଧ୍ୟରେ ଚୟନ କରିବା ମା ଓ ପିତାଙ୍କ ମଧ୍ୟରେ ଚୟନ କରିବା ସହ ସମାନ। ଏହା ପରେ ଯୁବରାଜ କହିଛନ୍ତି ଯଦି ସେ ଧୋନୀଙ୍କୁ ଚୟନ କରିଥାନ୍ତେ ତେବେ ମଧ୍ୟ ସେ  ଖରାପ ଭାବିନଥାନ୍ତେ ।

{"id":261169,"sizeSlug":"large"}

ଇନଷ୍ଟାଗ୍ରାମର ସିଧା ପ୍ରସାରଣ ସମୟରେ ଯୁବରାଜ ବୁମରାଙ୍କୁ ପଚାରିଛନ୍ତି ଯେ, ବିରାଟ କୋହଲି ଓ ସଚିନ ତେନ୍ଦୁଲକରଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ବ୍ୟାଟସମ୍ୟାନ। ଏହି ପ୍ରଶ୍ନର ଉତ୍ତର ନଦେଇ ବୁମରା କହିଛନ୍ତି ଯେ,  ତାଙ୍କ ପାଖରେ ବେଶୀ ଅନୁଭବ ନାହିଁ । ତେଣୁ ସେ ଏହାର ଉତ୍ତର ଦେଇ ପାରିବେ ନାହିଁ।

ଯୁବରାଜ ବୁମରାଙ୍କୁ ପ୍ରଶଂସା  କରି କହିଛନ୍ତି ଯେ, ସେ ଖେଳର ତିନୋଟି ଫର୍ମାଟରେ ଦୁନିଆର ଏକ ନମ୍ବର ବୋଲର ହେବାର କ୍ଷମତା ରଖିଛନ୍ତି । ଯୁବରାଜ କହିଛନ୍ତି, ଆପଣଙ୍କୁ ଏହା ବିଶ୍ୱାସ  କରିବାର ଆବଶ୍ୟକତା ରହିଛି ଯେ, ଆପଣ ଦୁନିଆର ଏକ ନମ୍ବର ବୋଲର ହେବେ । ଯୁବି କହିଛନ୍ତି, ଆପଣଙ୍କ ପାଖରେ ସମସ୍ତ ଫର୍ମାଟରେ ଦୁନିଆର ଏକ ନମ୍ବର ବୋଲର ହେବାର କ୍ଷମତା ରହିଛି। ଆପଣଙ୍କ ଧ୍ୟାନ ଆଗାମୀ ଦୁଇ ବର୍ଷ ପାଇଁ ଦୁନିଆର ଏକ ନମ୍ବର ବୋଲର ହେବା ଉପରେ ରହିବା ଉଚିତ୍ ।

{"id":261170,"sizeSlug":"large"}

ବୁମରାଙ୍କୁ ଶେଷ ଥର ଚଳିତ ବର୍ଷ ପ୍ରାରମ୍ଭରେ ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ସମୟରେ ଭାରତୀୟ ଦଳରେ ଦେଖିବାକୁ ମିଳିଥିଲା । ଏହି ଶୃଙ୍ଖଳାରେ ସେ ୬ ଓ୍ଵିକେଟ୍ ନେବାରେ ସକ୍ଷମ ହୋଇଥିଲେ । ମାତ୍ର ଭାରତ ଏହି ଶୃଙ୍ଖଳାରେ ୨-୦ରେ ପରାଜିତ ହୋଇଥିଲା । ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଭାରତର ଏହା ପ୍ରଥମ ପରାଜୟ ଥିଲା । ବୁମରା ସଂପ୍ରତି ଆଇସିସି  ଦିନିକିଆ ମାନ୍ୟତାରେ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଟେଷ୍ଟରେ ସପ୍ତମ ସ୍ଥାନରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.