Vodafoneର ବମ୍ପର ଅଫର : ସିଧା ମିଳିବ ୨୦ ହଜାର ଟଙ୍କାର benefit, ଜାଣନ୍ତୁ ପୁରା ସ୍କିମ
27/12/2019 at 3:30 PM

ଟେଲିକମ୍ କମ୍ପାନୀ ଭୋଡାଫୋନ ସମୟସମୟରେ ନିଜ ୟୁଜରଙ୍କ ଲାଗି ଆକର୍ଷକ ଅଫର ଘୋଷଣା କରନ୍ତି। ଏହି କ୍ରମରେ ଭୋଡାଫୋନ ତାଙ୍କର ପୋଷ୍ଟପେଡ ୟୁଜରଙ୍କ ଲାଗି ଏକ ନୂଆ ସ୍କିମ୍ ଆଣିଛନ୍ତି। ଏହି ସ୍କିମ୍ରେ ୟୁଜର ଦେଢଗୁଣରୁ ବି ଅଧିକ ସ୍ପିଡର ଇଣ୍ଟରନେଟ୍ ସେବା ପାଇବେ ସାଙ୍ଗକୁ ବିଭିନ୍ନ ଆର୍ଥିକ ସୁବିଧା ବି ପାଇବେ। ଏଥିଲାଗି ୟୁଜରଙ୍କୁ ପ୍ରତି ମାସରେ ୯୯୯ ଟଙ୍କା ଦେବାକୁ ପଡିବ। ତେବେ ଭୋଡାଫୋନଙ୍କ ଏହା ଲିମିଟେଡ୍ ଟାଇମ୍ ଅଫର।

ଭୋଡାଫୋନ ଇଣ୍ଡିଆ ୱେବସାଇଟ୍ରେ ଏହି ପ୍ଲାନର ନିୟମ ଓ ସର୍ତ୍ତ ସମ୍ପର୍କରେ ସୂଚିତ କରାଯାଇଛି। ସେହି ଅନୁସାରେ କମ୍ପାନୀ ପ୍ଲାନ ଲାଗି ‘ଫାଷ୍ଟ କମ୍ ଫାଷ୍ଟ ସର୍ଭିସ’ ବ୍ୟବସ୍ଥା କରିଛି। ତେବେ ଯେଉଁ ଗ୍ରାହକମାନେ ମାଗଣାରେ ପ୍ଲାନ ବୁକ୍ କରିଥିବେ ସେମାନେ ପରେ ଚାହିଁଲେ ବି ପ୍ଲାନ ବଦଳେଇପାରିବେ ନାହିଁ ବୋଲି ମଧ୍ୟ କଣ୍ଡିସନରେ ଅଛି। ତେବେ ଆସନ୍ତୁ ଜାଣିବା ଗ୍ରାହକଙ୍କ ଲାଗି କ’ଣ ଅଫର ଆଣିଛନ୍ତି ଭୋଡାଫୋନ।

ଏଥିରେ ୟୁଜରଙ୍କୁ ବର୍ଷେ ପର୍ଯ୍ୟନ୍ତ ଭୋଡାଫୋନ ନେଟ୍ ଫ୍ଲିକ୍ସ୍ ସବସ୍କ୍ରିପସନ ପ୍ରଦାନ କରିବେ। କମ୍ପାନୀର ଏହି ପ୍ଲାନ ୫ ହଜାର ୯୮୮ ଟଙ୍କାରେ ଉପଲବ୍ଧ ହେବ। ୟୁଜର ଚାହିଁଲେ ମୋବାଇଲ ଫୋନ ଅଥବା ଘରେ ଟିଭିରେ ନେଟ୍ଫ୍ଲିକ୍ସ୍ ଦେଖିପାରିବେ। ଏହା ଛଡା ଭୋଡାଫୋନ ୟୁଜରଙ୍କୁ ବର୍ଷକ ଲାଗି ଜି-୫ର ମେମ୍ବରସିପ୍ ମଧ୍ୟ ମିଳିବ। ଯାହାର ମୂଲ୍ୟ ୯୯୯ଟଙ୍କା। ସେହିପରି ବର୍ଷକ ଲାଗି ଭୋଡାଫୋନ ପ୍ଲେ ମେମ୍ବରସିପ୍ ମଧ୍ୟ ମିଳିବ। ଏହି ପ୍ଲାନରେ ଇଣ୍ଟରନ୍ୟାସନାଲ ରୋମିଂର ଫ୍ୟାସେଲିଟି ବି ପାଇବେ ୟୁଜର ଯେଉଁଥିରେ ପ୍ରତିବର୍ଷ ଗୋଟିଏ ଆମେରିକା ଟ୍ରିପ୍ ବି ରହିବ। ଏଥି ସହିତ ୭ ଦିନ ଲାଗି ଆଇରୋମ ଫ୍ରି ପ୍ୟାକ୍ ମଧ୍ୟ ମିଳିବ। ଯାହାର ମୂଲ୍ୟ ୨ହଜାର ୯୯୯ ଟଙ୍କା।

ଭୋଡାଫୋନଙ୍କ ଦାବି ଅନୁସାରେ ଏହି ସମସ୍ତ ସୁବିଧାକୁ ଏକତ୍ର ହିସାବ କଲେ ୟୁଜର ବାର୍ଷିକ ୨୦ ହଜାର ଟଙ୍କାରୁ ବି ଅଧିକ ଟଙ୍କାର ବେନିଫିଟ୍ ପାଇପାରୁଛନ୍ତି। ତେବେ ଏଥିଲାଗି ୟୁଜରଙ୍କୁ ଅନୁନ୍ୟ ୬ ମାସ ଲାଗି ସବସ୍କ୍ରାଇବ କରିବାକୁ ପଡିବ। ଯଦି ୟୁଜର ୬ ମାସ ପୂର୍ବରୁ ସବସ୍କ୍ରିପସନ୍ ଛାଡି ଦେବେ ତେବେ ତାଙ୍କୁ ୩ ହଜାର ଟଙ୍କା ଦେବାକୁ ପଡିବ।