ବମ୍ପର ଖାଦ୍ୟଶସ୍ୟ ଉତ୍ପାଦନରେ ଦେଶକୁ ମିଳିବ ଆଶ୍ଵସ୍ତି, ଗତ ବର୍ଷ ତୂଳନାରେ ଅଧିକ ହେବ ୧୦.୪୬ ମେଟ୍ରିକ୍ ଟନ୍ ଫସଲ

Published By : Prameya-News7 Bureau | May 15, 2020 IST

ନୂଆଦିଲ୍ଲୀ ୧୫।୦୫: କରୋନା ଭାଇରସ୍‌ ଓ ଲକ୍‌ଡାଉନ୍‌ ମଧ୍ୟରେ ଦେଶ ପାଇଁ ଏକ ଭଲ ଖବର ଆସିଛି। ଶୁକ୍ରବାର କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ଫସଲ ବର୍ଷ ୨୦୧୯-୨୦ରେ ଖାଦ୍ୟଶସ୍ୟ ଉତ୍ପାଦନ ରେକର୍ଡ ୨୯୫.୬୭ ମେଟ୍ରିକ୍ ଟନ ହେବାର ଅନୁମାନ କରାଯାଉଛି। ଯଦି ୨୦୧୮-୧୯ ତୂଳନା କରାଯାଏ ତେବେ ଏଥର ୧୦.୪୬ ମେଟ୍ରିକ ଟନ୍ ଅଧିକ ଶସ୍ୟ ଉତ୍ପାଦନ ହୋଇପାରେ।

କୃଷି ମନ୍ତ୍ରଣାଳୟର ନୂତନ ତଥ୍ୟ ଅନୁଯାୟୀ, ୨୦୧୯-୨୦ରେ ଭାରତର ଖାଦ୍ୟଶସ୍ୟ ଉତ୍ପାଦନ ରେକର୍ଡ ୨୯୫.୬୭ ମେଟ୍ରିକ୍ ଟନ୍ ଛୁଇଁପାରେ। ଯାହା କ୍ରମାଗତ ଚତୁର୍ଥ ବର୍ଷରେ ରେକର୍ଡ ଉତ୍ପାଦନ ହେବ। ୨୦୧୯-୨୦ ଫସଲ ବର୍ଷ(ଜୁଲାଇ-ଜୁନ) ସମୟରେ ଚାଉଳ, ଗହମ, ମୋଟା ଶସ୍ୟ, ତେଲ ଓ କପାରେ ରେକର୍ଡ ଉତ୍ପାଦନ ହେବାର ଅନୁମାନ କରାଯାଉଛି।

ମନ୍ତ୍ରଣାଳୟ କହିଛି, ଦେଶରେ ମୋଟ୍ ଖାଦ୍ୟ ଅନ୍ନ ଉତ୍ପାଦନ ରେକର୍ଡ ୨୯୫.୬୬୭ ମେଟ୍ରିକ ଟନ ହୋଇପାରେ। ପୂର୍ବ ବର୍ଷ ୨୦୧୮-୧୯ରେ ୨୮୫.୨୧ ମେଟ୍ରିକ୍ ଖାଦ୍ୟ ଶସ୍ୟ ଉତ୍ପାଦନ ହୋଇଥିଲା। ଚଳିତ ବର୍ଷ ଚାଉଳର ଉତ୍ପାଦନ ରେକର୍ଡ ୧୧୭.୯୪ ମେଟ୍ରିକ ଟନ ଓ ଗହମ ଉତ୍ପାଦନ ରେକର୍ଡ ୧୦୭.୧୮ ମେଟ୍ରିକ ଟନ୍ ହେବା ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.