Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ତିନି ମହଲା କୋଠା ଉପରେ ଷଣ୍ଢ: ଉଦ୍ଧାରକାରୀ ଟିମ୍‌କୁ ନାକେଦମ୍ କରିବା ପରେ ତଳକୁ ଓହ୍ଲାଇଲା

6/08/2020 at 3:00 PM

ବାଲିପାଟଣା୬/୮: ଛାତ ଉପ​‌ରେ ଷଣ୍ଢ। ଏକ ନିର୍ମାଣଧୀନ ତିନି ମହଲା କୋଠା ଉପରେ ଚଢ଼ିଗଲା ଷଣ୍ଢ। ଉଦ୍ଧାର କରିବାକୁ ଯାଇଥିବା କିଛି ଲୋକଙ୍କୁ ନାକେଦମ କରିଥିଲା ଷଣ୍ଢ। ଶେଷରେ ଅଗ୍ନିଶମ ବାହିନୀ ଛାତ ଉପରେ ଚଢ଼ି ଷଣ୍ଢଟିକୁ ଉଦ୍ଧାର କରିଛନ୍ତି। ଟଙ୍କପାଣି ରୋଡ୍ ସାଇ ବିହାର ଅଂଚଳରେ ନିର୍ମାଣଧିନ ଏକ କୋଠା ଉପରେ ଷଣ୍ଢଟିକୁ ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଷଣ୍ଢଟି ଛାତର କଡରେ ବିପଦ ଶଙ୍କୁଳ ଅବସ୍ଥାରେ ଠିଆ ହୋଇଥିଲା । ଘଟଣା ସ୍ଥଳରେ ବାଲିଅନ୍ତା ଅଗ୍ନିଶମ ବାହିନୀ ପହଁଞ୍ଚି ସତର୍କତା ସହ ଷଣ୍ଢଟିକୁ ଉଦ୍ଧାର କରିଛନ୍ତି ।

   Related Posts