ବଜେଟ୍‌ ପରେ ସେୟାର ମାର୍କେଟ୍‌ରେ ଝଡ଼, ପୁଣି ୫୦ ହଜାର ମୁହାଁ ସେନ୍‌ସେକ୍ସ

Published By : Prameya-News7 Bureau | February 02, 2021 IST

ମୁମ୍ୱାଇ, ୦୨/୦୨: ଗତକାଲି ଉପସ୍ଥାପିତ ହୋଇଥିବା ୨୦୨୧-୨୨ ବଜେଟ୍‌ର ପ୍ରଭାବ ସେୟାର ବଜାରରରେ ଦେଖିବାକୁ ମିଳିଛି । ଏହାକୁ ନେଇ ନିବେଶକ ମହଲରେ ଭଲ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଆଜିର ସେୟାର ବଜାରରେ କାରବାର ଆରମ୍ଭ ହେବାବେଳକୁ ସୂଚକାଙ୍କରେ ବୃଦ୍ଧି ପରିଲିକ୍ଷିତ ହୋଇଛି ।

ସମୟ ୯.୩୮ ବେଳକୁ ସେନ୍‌ସେକ୍ସର କରାବାରରେ ୨.୬୮ ପ୍ରତିଶତ ବୃଦ୍ଧି ପାଇଛି । ଯାହାଫଳରେ ୧,୩୦୪.୫୯ ପେଏଣ୍ଟ ବୃଦ୍ଧି ହୋଇ ସେନ୍‌ସେକ୍ସ ୪୯,୯୦୫.୨୦ରେ ଅଙ୍କରେ ପହଞ୍ଚିଛି । ସେହିଭଳି ଏନ୍‌ଏସ୍‌ଇର ନିଫ୍ଟିରେ ୨.୫ ପ୍ରତିଶତ ବୃଦ୍ଧି ହୋଇ ୧୪,୬୪୨.୯୦ ଅଙ୍କରେ ପହଞ୍ଚିଛି । ସେହିଭଳି ୧୦ଟା ସମୟରେ ସେନ୍‌ସେକ୍ସ ପୁନର୍ବାର ପାଖାପାଖି ୫୦ ହଜାର ଛୁଇଁଛି ଏବଂ ନିଫ୍ଟି ୧୪,୭୦୦ ପଏଣ୍ଟ ପାଖରେ ପହଞ୍ଚିଛି ।

ଗତକାଲି ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନ କରିବା ସମୟରେ ସେୟାର ବଜାରରେ କିନ୍ତୁ ଲଗାତାର ବଢ଼ି ଦେଖିବାକୁ ମିଳିଥିଲା । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସେନସେକ୍ସ ପ୍ରାୟ ୭୩୭.୨୫ ଅଙ୍କ ବୃଦ୍ଧି ହୋଇଥିଲା । ଏହାସହ ୪୭,୦୨୩.୦୨ ପଏଣ୍ଟରେ ସେନ୍‌ସେକ୍ସ ପହଞ୍ଚିଯାଇଥିଲା । ସେହିପରି ଏନଏସଇର ନିଫ୍ଟି ୧୩,୮୪୦.୦୦ ଅଙ୍କରେ ପହଞ୍ଚିଥିଲା । ସେନସେକ୍ସରେ ୧.୫୯ ପ୍ରତିଶତ ଓ ନିଫ୍ଟିରେ ୧.୫୧ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.