ଉତ୍ପାତ ମଚାଇଲା ଷଣ୍ଢ, ୨ଗୁରୁତର
8/12/2019 at 2:00 PM

ବାଲିପାଟଣା ୦୮।୧୨: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାରେ ଷଣ୍ଢ ଆତଙ୍କ । ନରଦା ଏବଂ ତୁରିନ୍ତିରା ଅଞ୍ଚଳରେ ଷଣ୍ଢ ଆକ୍ରମଣରେ ୨ଜଣ ଗୁରୁତର ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ଗୁରୁତର ଦୁଇ ଜଣଙ୍କୁ କ୍ୟାପିଟାଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଯେ, ଆଜି ସକାକୁ ଏକ ଷଣ୍ଢ ନରଦା ବଜାରରେ ଆତଙ୍କ ସୃଷ୍ଟି କରିଥିଲା । ରାସ୍ତାରେ ଯାଉଥିବା ଲୋକ ମାନଙ୍କୁ ଗୋଡ଼ାଇ ଗୋଡାଇ ମାରିଥିଲା । କିଛି ଲୋକ ଏହାର ଭିଡିଓ ମଧ୍ୟ କରିଥିଲେ । ଦୁଇଘଣ୍ଟା ଉତ୍ପାତ ମଚାଇ ଥିଲା ଷଣ୍ଢ । ସ୍ଥାନୀୟ ଲୋକମାନେ ଏକତ୍ରିତ ହୋଇ ଷଣ୍ଢକୁ ଘଉଡାଇଥିଲେ । ଏଥିପାଇଁ ଲୋକଙ୍କୁ ନାକେଦମ ହେବାକୁ ପଡିଥିଲା । ଏହାପରେ ଷଣ୍ଢଟି ତୁରିନ୍ତିରା ଗାଁକୁ ପଶିଥିଲା । ସେଠାରେ ଯାହାକି ପାରିଲା ମାରିବାକୁ ଗୋଡାଇଥିଲା । ଏପରି କି ଅନ୍ୟ ଏକ ଷଣ୍ଢ ସହ ଲଢେଇ ମଧ୍ୟ କରିଥିଲା ।ଷଣ୍ଢ ଲଢେଇରେ ମାରଣା ଷଣ୍ଢଟି ଆହାତ ହୋଇ ପଡ଼ିଯାଇଥିଲା । ପରେ ତାର ମୃତ୍ୟୁ ହୋଇଛି । ଷଣ୍ଢଟି ପାଗଳ ହୋଇଯାଇଥିବା ଅନୁମାନ କରାଯାଉଛି ।