ଆମିଷ 'ବୁଲେଟ ଥାଳି', ଓଜନ ୪ କିଲୋ: ୬୦ ମିନିଟରେ ଥାଳି ଶେଷ କଲେ ବିଜେତାଙ୍କୁ ମିଳିବ ରୟାଲ୍ ଏନଫିଲ୍ଡ

Published By : Prameya-News7 Bureau | January 20, 2021 IST

ପୁନେ ୨୦/୦୧ : ଦେଶରେ ଖାଇବା ସଉକିନ ଲୋକଙ୍କ ଅଭାବ ନାହିଁ। ଏହିଭଳି ଲୋକ ମନପସନ୍ଦର ସ୍ୱାଦିଷ୍ଟ ବ୍ୟଞ୍ଜନ ପାଇଁ ଅନେକ ଅନେକ ଦୂର ମଧ୍ୟ ଚାଲିଯାନ୍ତି। ଥରେ ଭାବିଲେ, ଯଦି ଆପଣଙ୍କୁ ସ୍ୱାଦିଷ୍ଟ ବ୍ୟଞ୍ଜନ ଖାଇବା ସହ ପୁରସ୍କାରରେ ରୟାଲ୍ ଏନଫିଲ୍ଡ ଦିଆଯାଏ ତାହେଲେ…। ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ପୁନେର ଏକ ରେସ୍ତୋରାଁ, ଶିବରାଜ ହୋଟେଲରେ ଏକ ଖାସ୍ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତାରେ ବିଜେତାଙ୍କୁ ରୟାଲ୍ ଏନଫିଲ୍ଡ ବୁଲେଟ୍ ଦିଆଯିବ।

{"id":395290,"sizeSlug":"large","linkDestination":"none"}

ଶିବରାଜ ହୋଟେଲ ମାଲିକ ଅତୁଲ ୱାଇକର ଲୋକଙ୍କୁ ଆକୃଷ୍ଟ କରିବାକୁ ଏହି ପ୍ରତିଯୋଗିତା ଆରମ୍ଭ କରିଛନ୍ତି। ତାଙ୍କ ଅନୁସାରେ ହୋଟେଲ ଏକ ବଡ ଆକାରର ଆମିଷ ଥାଳି ପ୍ରସ୍ତୁତ କରାଯାଇଥାଏ। ଏହି ଥାଳିରେ ସବୁ ବ୍ୟଞ୍ଜନର ଓଜନ ୪ କିଲୋଗ୍ରାମ। ପୁରସ୍କାର ଜିତିବାକୁ ଇଚ୍ଛୁକ ବ୍ୟକ୍ତିଙ୍କୁ ଏହି ଥାଳି ୬୦ ମିନିଟରେ ଶେଷ କରିବାକୁ ପଡିବ। ଯିଏ ଥାଳିର ସବୁ ବ୍ୟଞ୍ଜନ ୬୦ ମିନିଟରେ ଶେଷ କରିବ ତାଙ୍କୁ ୧.୬୫ ଲକ୍ଷ ଟଙ୍କାର ରୟାଲ ଏନଫିଲ୍ଡ ପୁରସ୍କାର ଦିଆଯିବ।

{"id":395293,"sizeSlug":"large","linkDestination":"none"}

ଶିବରାଜ ହୋଟେଲରେ ପୁରସ୍କାର ସମ୍ବନ୍ଧରେ ଜଣାଇବାକୁ ହୋଟେଲ ବାହାରେ ୫ଟି ରୟାଲ୍ ଏନଫିଲ୍ଡ ମଧ୍ୟ ଛିଡା କରାଯାଇଛି। ମେନ୍ୟୁ ଓ ପୋଷ୍ଟରରେ ମଧ୍ୟ ଏ ସମ୍ବନ୍ଧରେ ଲେଖାଯାଇଛି। ଏହି ବୁଲେଟ୍ ଥାଳିରେ ଆମିଷ ବ୍ୟଞ୍ଜନ ରହିଛି। ଥାଳିରେ ମୋଟ ୧୨ଟି ବ୍ୟଞ୍ଜନ ରହିଛି ଯାହାର ଓଜନ ୪ କିଲୋଗ୍ରାମ। ଏହି ବୁଲେଟ୍ ଥାଳି ପ୍ରସ୍ତୁତ କରିବାକୁ ୫୫ ଜଣ ଲାଗିଛନ୍ତି। ଏହି ଥାଳିରେ ଫ୍ରାଏ ସୁରାଇ, ମାଛ ତରକାରୀ, ଚିକେନ୍ ତନ୍ଦୁରି, ଡ୍ରାଏ ମଟନ୍, ଶୁଖା ମଟନ, ଚିକେନ୍ ମସାଲା ଏବଂ ଚିଙ୍ଗୁଡ଼ି ବିରିୟାନି ସାମିଲ।

{"id":395294,"sizeSlug":"large","linkDestination":"none"}

ଶିବରାଜ ହୋଟେଲ ମାଲିକ ଅତୁଲ କହିଛନ୍ତି ବୁଲେଟ ଥାଳିର ଦାମ ୨୫୦୦ ଟଙ୍କା। ଏହି ୮ବର୍ଷ ପୁରୁଣା। ଏହା ପୂର୍ବରୁ ମଧ୍ୟ ହୋଟେଲ ଅନେକ ଆକର୍ଷକ ଅଫର ଦେଇଛି। ଏହା ପୂର୍ବରୁ ରାବଣ ଥାଳି ଆସିଥିଲା। ରାବଣ ଥାଳିରେ ବ୍ୟଞ୍ଜନର ଓଜନ ଥିଲା ୮ କିଲୋଗ୍ରାମ।

{"id":395291,"sizeSlug":"large","linkDestination":"none"}

୬୦ ମିନିଟରେ ରାବଣ ଥାଳି ଶେଷ କଲେ ବିଜେତାଙ୍କୁ ନଗଦ ୫ ହଜାର ଟଙ୍କା ଦିଆଯାଉଥିଲା। ସେ କହିଛନ୍ତି ବୁଲେଟ୍ ଥାଳି ଏବେ ଯାଏଁ ଜଣେ ହିଁ ଶେଷ କରିପାରିଛନ୍ତି। ସେ ସୋଲାପୁରର ସୋମନାଥ ପୱାର। ତାଙ୍କୁ ଗୋଟିଏ ବୁଲେଟ୍ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.