Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ରାଜନେତାଙ୍କ ପାଇଁ ତିଆରି କରାଯାଉଛି ବୁଲେଟ ପ୍ରୁଫ ଗାଡି

6/04/2019 at 7:07 PM

ନୂଆଦିଲ୍ଲୀ ୬/୪ : ଦେଶର ତମାମ ବଡ ବଡ ନେତା ରାଜନେତା ବୁଲେଟ ପ୍ରୁଫ ଗାଡି ବ୍ୟବହାର କରୁଥିବା ଆପଣମାନେ ନିଶ୍ଚୟ ଶୁଣିଥିବେ | ବୁଲେଟ ପ୍ରୁଫ ଗାଡି ତାଙ୍କୁ ସବୁପ୍ରକାର ବିପଦରୁ ରକ୍ଷା କରିଥାଏ | ତେବେ ଏହି ବୁଲେଟ ପ୍ରୁଫ ଗାଡି କିଭଳି ତିଆରି ହେଉଛି ସେ ବିଷୟରେ ଆପଣ କେବେ ଭାବିଛନ୍ତି କି ? କେମିତି ଏହି ଗାଡିକୁ ଏତେ ମଜବୁତ କରାଯାଉଛି | ଏହି ବୁଲେଟ ପ୍ରୁଫ ଗାଡି ଏତେ ମଜବୁତ ଯେ ହ୍ୟାଣ୍ଡ ଗ୍ରେନେଡ଼ଠୁ ଆରମ୍ଭ କରି ବାରୂଦ ସୁଡ଼ଙ୍ଗ ଏବଂ ଏକେ-୪୭ର ଗୁଳି ମଧ୍ୟ ଏହାକୁ ଭେଦି ପାରିନଥାଏ | ଆସନ୍ତୁ ଜାଣିବା କେମିତି ତିଆରି ହେଉଛି ଏହି ବୁଲେଟ ପ୍ରୁଫ ଗାଡି


ଗୁଇନ୍ଦା ସୂଚନା ଏବଂ ନିର୍ବାଚନରେ ଭିଭିଆଇପି ଏବଂ ନେତାମାନଙ୍କ ଉପରକୁ ହମଲା ହେବାର ସମ୍ଭାବନା ରହିଛି | ନେତାଙ୍କ ସୁରକ୍ଷା ଦୃଷ୍ଟିରୁ ସରକାର ସମସ୍ତ ନେତାଙ୍କୁ ସୁରକ୍ଷା ଯୋଗେଇ ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି | ଜଳନ୍ଧର ସ୍ଥିତ ଏକ ଘରୋଇ କମ୍ପାନୀରେ ନିର୍ବାଚନ ଫଳାଫଳ ଘୋଷଣାର ଠିକ ପୂର୍ବରୁ ୫୦ରୁ ଅଧିକ ବୁଲେଟ ପ୍ରୁଫ ଗାଡି ନେତା ଏବଂ ଭିଭିଆଇପିଙ୍କୁ ଦିଆଯିବ | ଏବେ ମଧ୍ୟ ପାଖାପାଖି ୧୨ଟି ଗାଡି ପ୍ରସ୍ତୁତ କରାଯାଉଛି | ଏହି ଗାଡି ଆସନ୍ତା ୫/୬ ଦିନ ମଧ୍ୟରେ ଡେ଼ଲିଭର କରାଯିବ | ନିର୍ବାଚନ ବେଳେ ଆତଙ୍କବାଦୀ, ମାଓବାଦୀମାନେ ନେତାମାନଙ୍କୁ ଟାର୍ଗେଟ କରିପାରନ୍ତି ବୋଲି ସନ୍ଦେହ ପ୍ରକାଶ କରାଯାଉଛି | ନେତାଙ୍କ ସୁରକ୍ଷା ପାଇଁ ସରକାର ଏହିଭଳି ପଦକ୍ଷେପ ଗ୍ରହଣ କରିଛନ୍ତି |


ବୁଲେଟ ପ୍ରୁଫ ଗାଡି ତିଆରି କଲାବେଳେ ଗାଡିର ଅରିଜିନାଲ ଷ୍ଟ୍ରକଚରକୁ ସମ୍ପୂର୍ଣ ବଦଳାଇ ଦିଆଯାଇଥାଏ | ଗାଡିର ଛାତରୁ ଆରମ୍ଭ କରି ଫ୍ଲୋର ପର୍ଯ୍ୟନ୍ତ ସବୁ ବଦଳାଇ ଦିଆଯାଇଥାଏ | ଏପରିକି ଗାଡିର ୱାଇରିଙ୍ଗକୁ ମଧ୍ୟ ବଦଳାଇ ଦିଆଯାଏ | ଗାଡିରେ କୌଣସି ପ୍ରକାର ଧୂଆଁ, ପାଣି, ଗୁଳି, କେମିକାଲ କିମ୍ବା ଗ୍ରେନେଡ଼ ହମଲା ହେଉ କିମ୍ବା ବାରୂଦ ସୁଡ଼ଙ୍ଗ ହମଲା ହେଉ ଗାଡିକୁ କୌଣସି ପ୍ରକାର କ୍ଷତି ପହଞ୍ଚି ପାରିନଥାଏ | ଗାଡି ତିଆରି କଲାବେଳେ ସେସବୁ ଦିଗ ପ୍ରତି ଧ୍ୟାନ ଦିଆଯାଇଥାଏ |


ବୁଲେଟ ପ୍ରୁଫ ଗାଡି ତିଆରି କରିବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହେବ ସହ ସମୟ ମଧ୍ୟ ଅଧିକ ଲାଗିଥାଏ | ମାହାଙ୍ଗା ଗାଡିରେ ବୁଲେଟ ପ୍ରୁଫ ମ୍ୟାଟେରିଆଲ ପକାଇବା ପାଇଁ ୩ ମାସ ସମୟ ଲାଗିଥାଏ ଏବଂ ୫ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ | ଗାଡି ବୁଲେଟ ହେବା ପରେ ତାର ଏଭେରେଜ ପୂର୍ବାପେକ୍ଷା କମିଯାଇଥାଏ | ଯେଉଁଠି ଗୋଟିଏ ଗାଡି ୧ ଲିଟର ପେଟ୍ରୋଲରେ ୧୨/୧୩ କି:ମି: ଯାଇଥାଏ, ବୁଲେଟ ପ୍ରୁଫ ଗାଡି ୧ ଲିଟର ପେଟ୍ରୋଲରେ ୨ରୁ ୩ କି:ମି: ଚାଲିଥାଏ |


ଜଳନ୍ଧରର ବୁଲେଟ ପ୍ରୁଫ ଗାଡି ପ୍ରସ୍ତୁତ କରୁଥିବା କମ୍ପାନୀର ଇଂଜିନିୟର ସଂଚିତ ସବତି କହିଛନ୍ତି ଯେ, ଚଳିତ ନିର୍ବାଚନରେ ନେତାଙ୍କ ସୁରକ୍ଷାକୁ ନେଇ ଖାସ ଧ୍ୟାନ ଦିଆଯାଇଛି | କମ୍ପାନୀ ଦିନ ରାତି କାମ କରି ଗାଡି ପ୍ରସ୍ତୁତ କରୁଛି |
କମ୍ପାନୀର ମାଲିକ ଦେଶର ତମାମ ବଡ ବଡ ଦଳର ରାଜନେତାଙ୍କୁ ଏହି ବୁଲେଟ ପ୍ରୁଫ ଗାଡି ଡେ଼ଲିଭର କରିସାରିଛନ୍ତି | ଆହୁରି ପାଖାପାଖି ୧୫ ଗାଡି ପ୍ରସ୍ତୁତ କରି ଡେ଼ଲିଭର କରାଯିବ ବୋଲି କହିଛନ୍ତି କମ୍ପାନୀର ମାଲିକ |


ତେବେ କମ୍ପାନୀର ମାଲିକ ସଂଚିତ କହିଛନ୍ତି ଯେ, କେବଳ ରାଜନେତାଙ୍କ ଗାଡିକୁ ବୁଲେଟ ପ୍ରୁଫ କରିବା ପାଇଁ ନିର୍ଦେଶ ଆସିନାହିଁ | ବରଂ କାଶ୍ମୀର ଅଂଚଳରେ ନିୟୋଜିତ ପାରାମିଲିଟାରି ଫୋର୍ସ ଏବଂ ଭାରତୀୟ ସେନାର ବସ ଏବଂ ଟ୍ରକଗୁଡିକୁ ମଧ୍ୟ ବୁଲେଟ ପ୍ରୁଫ କରିବା ପାଇଁ ଅର୍ଡର ଦିଆଯାଇଛି |


ଜନତାଙ୍କ କଥା ବୁଝିବା ପାଇଁ ଜନତାଙ୍କ ପାଖକୁ ଯିବାକୁ ପଡିବ ବୋଲି ନେତା ମଧ୍ୟ ବୁଝି ସାରିଲେଣି | ତେବେ ଏଭଳି ପରିସ୍ଥିତିରେ ସୁରକ୍ଷା ନିହାତି ଆବଶ୍ୟକ | ନିଜ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାଜନେତା ନିଜେ ହିଁ ନିଜ ଗାଡିକୁ ବୁଲେଟ ପ୍ରୁଫ କରିବା ପାଇଁ ପ୍ରୟାସ କରିଛନ୍ତି |

   Related Posts