Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||

ଯାହାକୁ ରଖିବେ ଅନନ୍ତ : ପକେଟ୍‌ରେ ଥିବା କଏନ୍ ବଞ୍ଚାଇଲା କନେଷ୍ଟବଳଙ୍କ ଜୀବନ

22/12/2019 at 7:53 PM

ଫିରୋଜାବାଦ ୨୨।୧୨: ନାଗରିକତା ସଂଶୋଧନ ଆଇନ ବିରୋଧରେ ଫିରୋଜାବାଦରେ ହୋଇଥିବା ହିଂସାରେ ଜଣେ କନେଷ୍ଟବଳ ଅଳ୍ପକେ ବର୍ତ୍ତି ଯାଇଛନ୍ତି।  ଶୁକ୍ରବାର ହିଂସାର ୧୫ ଘଣ୍ଟା ପରେ ଯେତେବେଳେ କନେଷ୍ଟବଳ ନିଜର ପୋଲିସ ପୋଷାକ ଓହ୍ଲାଇଲେ ସେତେବେଳେ ତାଙ୍କର ହୋସ୍ ଉଡିଗଲା। କାରଣ ବୁଲେଟପ୍ରୁଫ୍ ଜ୍ୟାକେଟକୁ ଭେଦ କରି ତାଙ୍କ ସାର୍ଟ ପକେଟରେ ଏକ ଗୁଳି ଅଟକି ରହିଥିଲା। ଏହା ଦେଖିଲା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ ସାର୍ଟ ପକେଟରେ କଏନ ଭର୍ତ୍ତି ପର୍ସ ଥିବାରୁ ଅଳ୍ପକେ ସେ ବର୍ତ୍ତିଯାଇଥିଲେ।

ଗୁଳି ବାଜିଲା ହେଲେ ଫେରି ପାଇଲେ ନୂଆ ଜୀବନ। ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜଣେ କନେଷ୍ଟବଳ। ଆଉ ତାଙ୍କ ଜୀବନ ବଞ୍ଚାଇଛି ପକେଟ୍‌ରେ ଥିବା କଏନ୍।ଏମିତ ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଫିରୋଜାବାଦରେ। ନାଗରିକତା ସଂଶୋଧନ ଆଇନ ବିରୋଧରେ ଫିରୋଜାବାଦରେ  ହିଂସକ ପ୍ରଦର୍ଶନବେଳେ କନେଷ୍ଟବଳ ବିଜେନ୍ଦର କୁମାରଙ୍କୁ ମିଳିଛି ଦ୍ବିତୀୟ ଜୀବନ ।ଶନିବାର ଫିରୋଜାବାଦରେ ହୋଇଥିବା ହିଂସକ ପ୍ରଦର୍ଶନ ସମୟରେ ଗୋଟିଏ ଗୁଳି ବିଜେନ୍ଦରଙ୍କ ବୁଲେଟପ୍ରୁଫ ଜ୍ୟାକେଟକୁ ଭେଦ କରିଥିଲା । ହେଲେ ପର୍ସରେ ଭର୍ତ୍ତି ଥିବା କଏନରେ ବାଜି ଫଶି ରହିଥିଲା। ବିଜେନ୍ଦର ନିଜର  ପକେଟରେ ପର୍ସ ରଖିଥିଲେ, ଯାହାଦ୍ବାରା ସେ ଦ୍ବିତୀୟ ଜୀବନ ପାଇଛନ୍ତି । 

ବିଜେନ୍ଦର କୁମାର ଫିରୋଜାବାଦ ଏସପିର ଏସ୍କର୍ଟରେ ସାମିଲ ଥିଲେ। ଫିରୋଜାବାଦରେ ବିରୋଧ-ପ୍ରଦର୍ଶନ ହିଂସକ ରୁପ ନେଇଥିଲା ସେହି ସମୟରେ ଫାଏରିଂ ଆରମ୍ଭ ହୋଇଥିଲା । ବିଜେନ୍ଦରଙ୍କ କହିବା କଥା ଯେତେବେଳେ ପ୍ରଦର୍ଶନକାରୀ ମାନେ ଆମ ଉପରକୁ ଗୁଳିମାଡ କରିଥିଲେ ସେତେବେଳେ ମୁଁ ନାଲବନ୍ଦା ଅଞ୍ଚଳରେ ଡିଟ୍ୟୁରେ ଥିଲି । ଗୁଳି ବୁଲେଟ ପ୍ରୁଫୁ ଜ୍ୟାକେଟ୍‌କୁ ଭେଦ କରିବା ପରେ ବାନିୟନ ଭେଦ କରି ପର୍ସରେ ଥିବା କଏନରେ ଯାଇ ଲାଗି ରହିଥିଲା । ପକେଟରେ ୪ ଟି ଏଟିମ୍ କାର୍ଡ, କିଛି ଫଟୋ ଏବଂ ଭଗବାନ ଶିବ ଏବଂ ସାଇବାବା ଥିଲେ । ବିଜେନ୍ଦର କହିଛନ୍ତି ଏହା ମୋର ଦ୍ବିତୀୟ ଜୀବନ  ଏଥିପାଇଁ ମୁଁ ଭଗବାନଙ୍କୁ ଧନ୍ୟବାଦ ଜଣାଉଛି। ଏହି ସମୟରେ ମୋର ସହଯୋଗୀ ବନ୍ଧୁ ଧର୍ମେନ୍ଦ୍ରଙ୍କ ଗୋଡରେ ଗୁଳି ଲାଗିଥିଲା ଏବଂ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଫିରୋଜାବାଦରେ ହୋଇଥିବା ହିଂସ ପ୍ରଦର୍ଶନରେ ୪୦ ଜଣ ପୁଲିସକର୍ମୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଥାନା ଅଧିକାରୀ, ଏସଆଇ ଏବଂ କନେଷ୍ଟବଳ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ଉତ୍ତରପ୍ରଦେଶରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି ।  ମୋଟ ୨୬୩ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୭ ଜଣ ପୋଲିସ କର୍ମୀଙ୍କ କେବଳ ବନ୍ଧୁକ ମୁନରେ ଆହତ ହୋଇଛନ୍ତି ।

   Related Posts