ମହିଳାଙ୍କ ପ୍ରସବବେଳେ ଛୁଆ ସହିତ ବାହାରିଲା ଏହି ଜିନିଷ : ଜାଣିଲେ ଉଡ଼ିଯିବ ହୋଶ୍

Published By : Prameya-News7 Bureau | August 03, 2019 IST

ହାଜିପୁର ୩/୮: ବିହାରର ହାଜିପୁରରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମନାକୁ ଆସିଛି। ଏଠାରେ ଜଣେ ଗର୍ଭବତୀ ମହିଳା ସନ୍ତାନ ଜନ୍ମ ଦେଇଛନ୍ତି। କିନ୍ତୁ ଯେତେବେଳେ ମହିଳାଙ୍କ ଡେଲିଭରି ହୋଇଥିଲା ସେତେବେଳେ ଡାକ୍ତରଙ୍କ ହୋସ୍ ଉଡ଼ିଯାଇଥିଲା। ମହିଳାଙ୍କ ପେଟରେ ଶିଶୁ ସହ ବନ୍ଧୁକର ଗୁଳି ବାହାରିଥିଲା। ପ୍ରକୃତରେ, ହାଜିପୁରର ସୁଲତାନପୁରରେ ରହୁଥିବା ରୂପା ପରିବାର ଲୋକଙ୍କୁ ଗତ ଗୁରୁବାର ଦିନ ସନ୍ଧ୍ୟାରେ ପେଟବ୍ୟଥା ହେଉଥିବା କଥା କହିଥିଲେ। ସେତେବେଳେ ରୂପାଙ୍କ ପେଟ ପାଖରେ ଏକ ଆଘାତ ଥିବା ଦେଖାଯାଇଥିଲା। ପରିବାର ଲୋକେ ଏହାକୁ ସାଧାରଣ ଆଘାତ ଭାବି ତାଙ୍କୁ ହସ୍ପିଟାଲରେ ଡେଲିଭରି ପାଇଁ ଭର୍ତ୍ତି କରି ଦେଇଥିଲେ।

{"id":140359}

ହସ୍ପିଟାଲରେ ରୂପାଙ୍କ ହେଲିଭରି ହେବାପରେ ତାଙ୍କ ପେଟରୁ ଶିଶୁ ସହ ବନ୍ଧୁକର ଗୁଳି ବାହାରିଥିଲା ଯାହାକୁ ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନେ ପୋଲିସକୁ ଏହା ବିଷୟରେ ସୂଚନା ଦେଇଥିଲେ।

{"id":140361}

ରୂପା ପୋଲିସଙ୍କୁ କହିଥିଲେ ଯେ ସେ ବିଳମ୍ବିତ ସନ୍ଧ୍ୟାରେ ଘରର ମୁଖ୍ୟ ଦ୍ବାର ପାଖରେ ବସିଥିବାବେଳେ ହଠାତ୍ ଏକ ଶବ୍ଦ ଶୁଣାଯାଇଥିଲା। କେହି ହଠାତ୍ କିଛି ବୁଝିପାରିନଥିଲେ। ଏହାର କିଛି ସମୟ ପରେ ରୂପାଙ୍କ ପେଟରେ ଭୀଷଣ ଯନ୍ତ୍ରଣା ଅନୁଭୂତ ହୋଇଥିଲା।

{"id":140362}

ଘର​ଲୋକେ ଏହାକୁ ପ୍ରସବ ଯନ୍ତ୍ରଣା ଭାବି ରୂପାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହି ଘଟଣାରେ ଶିଶୁ ଏବଂ ରୂପାଙ୍କୁ କୈାଣସି କ୍ଷତି ପହଞ୍ଚିନାହିଁ। ଡାକ୍ତରଙ୍କ କହିବାନୁସାରେ ଗୁଳି ପେଟ ଭିତରେ ପଶି ଯାଇଥିଲା ଏବଂ ଆଭ୍ୟନ୍ତରୀଣ ଅଙ୍ଗକୁ କୈାଣସି କ୍ଷତି ହୋଇନଥିଲା। ଏବେ ମାଆ ଏବଂ ଶିଶୁ ଉଭୟେ ସୁରକ୍ଷିତ ଅଛନ୍ତି। ହାଜିପୁରର ଏସଆଇଙ୍କ କହିବାନୁସାରେ ମହିଳାଙ୍କ ପେଟରେ ଗୁଳି ବାଜିବା ଖବର ମିଳିବାପରେ ପୋଲିସ୍ ହସ୍ପିଟାଲକୁ ଆସିଥିଲେ। ଏବେ କିଏ ତାଙ୍କ ଉପରକୁ କିଏ ଗୁଳି ଚଳାଇଛି ଏନେଇ ତଦନ୍ତ ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.