ଭାରସାମ୍ୟ ହରାଇ ଷଣ୍ଢକୁ ଧକ୍କାଦେଲା ବୁଲେଟ୍‌, ରାସ୍ତାରେ ଘୋଷାଡି ହୋଇ ଲାଗିଗଲା ନିଆଁ : ଦେଖନ୍ତୁ ଭିଡିଓ

Published By : Prameya-News7 Bureau | September 23, 2021 IST

ନୀଳଗିରି ୨୩/୦୯ : ବାଲେଶ୍ବର ଜିଲ୍ଲା ସଜନାଗଡ ନିକଟରେ ଅଭାବୀନୟ ଘଟଣା ଘଟିଛି । ଷଣ୍ଢକୁ ଧକ୍କା ଦେବା ପରେ ହୁତୁହୁତୁ ହୋଇ ଜଳିଜଲା ବୁଲେଟ୍‌ । ବୁଲେଟ୍‌ ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ବାଇକ୍‌ଟି ଅର୍ଦ୍ଧାଧିକ ପୋଡିଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା​‌ରେ ସଫଳ ହୋଇଛନ୍ତି ।  

ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟା ସାଢେ ୬ଟା ସମୟରେ ଏହି ଘଟିଛି ଘଟିଛି । ସଜନାଗଡ-ଉଦଳା ରାଜ୍ୟପଥରେ ଜଣେ ବାଇକ ଆରୋହୀ ଦ୍ରୁତ ଗତିରେ ଯାଉଥିବା ବେଳେ ସଜନାଗଡ଼ ନିକଟରେ ଏକ ଇଟାଭାଟି ପୂର୍ବରୁ ରାସ୍ତା ମଝିକୁ ଏକ ଷଣ୍ଢ ଚାଲିଆସିଥିଲା । ଭାରସାମ୍ୟ ହରାଇ ବାଇକ୍‌ ଆରୋହୀ ଜଣକ ଷଣ୍ଢ ଦେହରେ ପିଟି ହୋଇ ରାସ୍ତାରେ ଘୋଷାଡି ହୋଇଯାଇଥିଲେ । ପିଚୁ ରାସ୍ତାରେ ଘୋଷାଡି ହୋଇଯିବା ଫଳରେ ବୁଲେଟ୍‌ଟିରେ ନିଆଁ ଲାଗିଯାଇଥିଲା । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

wp:embed {"url":"https://youtu.be/fe28MbIeuZ4","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://youtu.be/fe28MbIeuZ4
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.