ମାତ୍ର ୨୦ ହଜାର ଟଙ୍କାରେ ଘରକୁ ଆଣନ୍ତୁ ରୟାଲ ଏନଫିଲ୍ଡ କ୍ଲାସିକ୍ ୩୫୦, କମ୍ପାନୀ ଦେଉଛି ଆକର୍ଷଣୀୟ ଅଫର୍

Published By : Prameya-News7 Bureau | June 15, 2021 IST

ନୂଆଦିଲ୍ଲୀ,୧୫/୦୬:  ମାତ୍ର ୨୦ ହଜାର ଟଙ୍କା ଦେଲେ ଘରକୁ ଆଣିପାରିବେ ବୁଲେଟ୍ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ରୟାଲ ଏନଫିଲ୍ଡ ଏପରି ଏକ ଖାସ୍ ଅଫର୍ ଗ୍ରାହକଙ୍କ ପାଇଁ ଆଣିଛି । ରୟାଲ ଏନଫିଲ୍ଡ ଚଳାଇବାକୁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ । କିନ୍ତୁ ଅଧିକ ଦାମ୍ କାରଣରୁ ଏହାକୁ ଅନେକ ଏହାକୁ କିଣି ପାରନ୍ତି ନାହିଁ । ଯଦି ଆପଣ କ୍ଲାସିକ୍ ୩୫୦ କିଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ କମ୍ପାନୀ ତରଫରୁ ଏକ ଅଫର୍ ଦିଆଯାଛି ।

ଏହି ବାଇକ୍ କ୍ରୟ ଉପରେ କମ୍ପାନୀ ତରଫରୁ ଆକର୍ଷଣୀୟ ଫାଇନାନ୍ସ ସ୍କିମ୍ ଦିଆଯାଉଛି । ଫଳରେ ଆପଣ କମ୍ ଖର୍ଚ୍ଚରେ ଏହି ବାଇକ୍ ଘରକୁ ଆଣିପାରିବେ । ନିକଟରେ କମ୍ପାନୀ ଏହି ବାଇକର ଅପଡେଟ୍ ଭର୍ସନ ବଜାରକୁ ଆଣିଥିଲା । ନୂଆ ଭର୍ସନରେ ୩୪୬ ଇଞ୍ଜିନ୍ ସହ ୧୯.୩ ପିଏସ ପାଓ୍ୱାର, ୨୮ ଏନଏମ ଟର୍କ ମିଳୁଛି । ଏହାସହ ୫ ସ୍ପିଡ୍ ଗିଅର୍ ବକ୍ସ ମଧ୍ୟ ଦିଆଯାଇଛି । ବ୍ରେକିଂ ପାଇଁ ଡୁଆଲ ଚ୍ୟାନେଲ୍ ଏବିଏସ ଓ ଅକ୍ସିଜେନ ସେନସର୍ ମଧ୍ୟ ବାଇକରେ ରହିଛି । ପୂର୍ବ ଭର୍ସନ ତୁଳନାରେ ନୂଆ ଭର୍ସନ ବାଇକର ଦାମ୍ ମଧ୍ୟ ବୃଦ୍ଧି ପାଇଛି । ବାଇକର ଦାମ୍ ୧ଲକ୍ଷ ୭୨ ହଜାରରୁ ୧ ଲକ୍ଷ ୯୮ ହଜାର ମଧ୍ୟରେ ରହିଛି ।

କମ୍ପାନୀର ଓ୍ୱେବସାଇଟ୍ ଅନୁସାରେ, ୨୦ ହଜାର ଟଙ୍କାର ଡାଉନପେମେଣ୍ଟ ଦେଇ ଆପଣ ବାଇକ୍ ଫାଇନାନ୍ସ କରିପାରିବେ । ୩୬ ମାସର ଲୋନ୍ କରିବାକୁ ମାସିର ୬୨୭୫ ଟଙ୍କା ପଡିବ । ସେହିପରି ୪୮ ମାସର ଲୋନ୍ ପାଇଁ ମାସିକ ୫୦୭୮ ଟଙ୍କା ଖର୍ଚ୍ଚ କରିବାକୁ ହେବ । ସେହିପରି ୫ ବର୍ଷ ପାଇଁ ଲୋନ୍ କଲେ ଆପଣଙ୍କୁ ମାସିକ ୪୩୭୪ ଟଙ୍କା କିସ୍ତୀ ଆକାରରେ ଦେବାକୁ ହେବ । ଯଦି ଆପଣ ଏହି ବାଇକ୍ କିଣିବାକୁ ଚାହୁଁଛନ୍ତି ତେବେ ଅତିଶୀଘ୍ର ଅଫରର ଲାଭ ଉଠାନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.