ସାମ୍ବାଦିକଙ୍କ ଘର ଉପରେ ଚାଲିଲା ବୁଲ୍ଡୋଜର, ଲକ୍ଡାଉନ୍ରେ ବିଧାୟକଙ୍କ ଜନ୍ମ ଦିନ ପାର୍ଟିର କରିଥିଲେ ଖୁଲାସା
23/05/2020 at 11:13 AM

ତେଲେଙ୍ଗାନା ୨୩।୦୫: ତେଳେଙ୍ଗାନାର ନାରାୟଣ ଖଢେ ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଟିଆରଏସ୍ ବିଧାୟକଙ୍କ ଜନ୍ମଦିନ ସମାରୋହ ଉପରେ ପ୍ରଶ୍ନ ଉଠାଇଥିବା ଆଞ୍ଚଳିକ ଟିଭି ଚ୍ୟାନେଲ ରିପୋର୍ଟରଙ୍କ ଘର ଗୁରୁବାର ଭଙ୍ଗାଯାଇଛି । ଘର ଉପରେ ବୁଲ୍ଡୋଜର ଚଢାଇଦିଆଯାଇଛି । ସ୍ଥାନୀୟ ପାଳିକା ଅଧିକାରୀଙ୍କ କହିବାନୁଯାୟୀ, ସାମ୍ବାଦିକ ନିୟମକୁ ଅଣଦେଖା କରି ଘର ନିର୍ମାଣ କରିଥିଲେ । ଅଭିଯୋଗ ଆସିବା ପରେ ଘର ଭଙ୍ଗାଯାଇଛି । ସ୍ଥାନୀୟ ବିଧାୟକଙ୍କ ଚାପରେ ଆସି ଘର ଭଙ୍ଗାଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ସେହିପରି ଲକ୍ଡାଉନ୍ ସମୟରେ ମାନଦଣ୍ଡକୁ ଉଲ୍ଲଂଘନ କରୁଥିବା ଅଭିଯୋଗରେ ଏମ୍ .ଭୂପାଳ ରେଡ୍ଡୀ । ନାରାୟଣଖେଡାର ତେଳେଙ୍ଗାନା ହାଇକୋର୍ଟ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି । ମେ ୭ରେ ଟିଆରଏସ୍ ବିଧାୟକ ଭୂପାଳ ରେଡ୍ଡୀ ଲକ୍ଡାଉନ୍ କଟକଣା ଥିବା ସତ୍ତ୍ୱେ ବଡ ଆୟୋଜନର ସହ ନିଜ ଜନ୍ମଦିନ ପାଳନ କରିଥିଲେ । ଯେଉଁଥିରେ କି ୫୦୦ଶହରୁ ଅଧିକ ଲୋକ ଯୋଗଦେଇଥିଲେ । ଲକ୍ଡାଉନ୍ ନିୟମର ଉଲ୍ଲଂଘନ କରାଯାଇଥିଲା । ତେବେ ଏହି ଖବରକୁ ନେଇ ସାମ୍ବାଦିକ ଖବର ପ୍ରସାରିତ କରିଥିଲେ । କେଉଁ ଭଳି ସ୍ଥିତିରେ ଜନପ୍ରତିନିଧି ଲକ୍ଡାଉନ୍ ନିୟମକୁ ଉଲ୍ଲଂଘନ କରିଥିଲେ । ଏହି ସମାରୋହରେ ୬୦କେଜିର କେକ୍ କଟାଯାଇଥିଲା । ସାମାଜିକ ଦୂରତାର ନିୟମ ପାଳନ କରୁଥିବାର କେହି ଦେଖିବାକୁ ମିଳିନଥିଲା ।
ଏବେ ଏହା ଚର୍ଚ୍ଚା ହେଉଛି ଯେ, ସାମ୍ବାଦିକଙ୍କ ଉପରେ ଅସନ୍ତୁଷ୍ଟ ଥିବା ବିଧାୟକ ତାଙ୍କ ଘର ଭାଙ୍ଗିଛନ୍ତି । ସ୍ଥାନୀୟ ପାଳିକାର ଏକ ଟିମ୍ କାଲି ସାମ୍ବାଦିକଙ୍କ ଘରକୁ ବିନା ନୋଟିସରେ ଯାଇଥିଲେ । ସାମ୍ବାଦିକଙ୍କ ଘର ବୁଲଡୋଜରରେ ଭଙ୍ଗାଯାଇଛି । ଦଲିଲ ଏହା ରହିଛି ଯେ, ଘର ନିର୍ମାଣ ସମୟରେ କିଛି ନିୟମର ଉଲ୍ଲଂଘନ କରିଛନ୍ତି । କିନ୍ତୁ ସାମ୍ବାଦିକ ଜଣଙ୍କ କହିଛନ୍ତି ଯେ, ପ୍ରତିଶୋଧ ନେବା ପାଇଁ ଏପରି କାର୍ଯ୍ୟ କରାଯାଇଛି । ଘର ନିର୍ମାଣ ସମୟରେ କୌଣସି ନିୟମ ଉଲ୍ଲଂଘନ କରାଯାଇନାହିଁ ବୋଲି ସାମ୍ବାଦିକ କହିଛନ୍ତି ।