ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ : ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର

Published By : Prameya-News7 Bureau | May 13, 2021 IST

ଭଦ୍ରକ ୧୩।୫: ଷଣ୍ଢ ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ଵାରା ଷଣ୍ଢ ବୋଝେଇ ପିକଅପ୍ ଜବତ । ପିକଅପ୍  ଡ୍ରାଇଭର ଫେରାର । ଗାଡି ଭିତରେ ଗୋଟିଏ ଷଣ୍ଢର ମୃତ୍ୟୁ ହୋଇଥିବା ବେଳେ ୨ଟିକୁ ଉଦ୍ଧାର କରାଯାଇଛି ।

{"id":451908,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଗରଦପୁର ଅଞ୍ଚଳରେ ଷଣ୍ଢ ଚାଲାଣ ବେଳେ ଗ୍ରାମବାସୀମାନେ ଗାଡିକୁ ଅଟକ ରଖିଛନ୍ତି । ଏକ ପିକଅପରେ ବୁଧବାର ବିଳମ୍ବିତ ରାତିରେ ଷଣ୍ଢ ଚାଲାଣ ହେଉଥିବା ଖବର ପାଇ ଗରଦପୁର ମିଲ୍ ଛକ ନିକଟରେ ପିକଅପକୁ ଅଟକ ରଖିଥିଲେ ଗ୍ରାମବାସୀ । ଗାଡିର ଡ୍ରାଇଭର ଓ ଅନ୍ୟ କର୍ମଚାରୀ ଲୋକଙ୍କୁ ଦେଖି ଦୌଡ଼ି ପଳାଇଥିଲେ । ପରେ ଗାଡି ଭିତରେ ୩ଟି ଷଣ୍ଢ ଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ଉଦ୍ଧାର ବେଳେ ଗୋଟିଏ ଷଣ୍ଢର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଟି ଷଣ୍ଢକୁ ଉଦ୍ଧାର କରାଯାଇଛି ।

{"id":451909,"sizeSlug":"large","linkDestination":"none"}

ତେବେ ଚାଲାଣରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିବା ସହ ଗାଡିର ମାଲିକ ଓ ଫେରାର କର୍ମଚାରୀଙ୍କୁ ଧରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଦେଖିବା ପାଇଁ ମିଳିଛି । ପୁରୁଣାବଜାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.