ଘରର ତୃତୀୟ ମହଲାକୁ ଚଢ଼ିଗଲା ଷଣ୍ଢ : ନିଶା ଦେଇ କ୍ରେନ୍ ସାହାଯ୍ୟରେ କରାଗଲା ଉଦ୍ଧାର

Published By : Prameya-News7 Bureau | January 06, 2021 IST

ଜିନ୍ଦ ୦୬/୦୧ : ହରିୟାଣା ଜିନ୍ଦ ଜିଲ୍ଲାରେ ଏକ ଅଜବ ଘଟଣା ଘଟିଛି। ଏକ ଷଣ୍ଢ ଏକ ଘରର ତୃତୀୟ ମହଲା ଉପରକୁ ଚଢ଼ିଯାଇଥିଲା। ୩ ଘଣ୍ଟା ପରେ ବହୁ ପରିଶ୍ରମ ପରେ ଷଣ୍ଢକୁ କ୍ରେନ ସାହାଯ୍ୟରେ ଉଦ୍ଧାର କରାଯାଇଥିଲା। ମାମଲା ଜିନ୍ଦ ଜିଲ୍ଲା ପୁରୁଣା ଶସ୍ୟ ମଣ୍ଡି ଅଞ୍ଚଳର। ଏକ ଷଣ୍ଢ ଅଚାନକ ଘର ଛାତ ଉପରକୁ ଚଢ଼ିଗଲା। ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା। ୩ ଘଣ୍ଟା ପରେ ଷଣ୍ଢକୁ ଉଦ୍ଧାର କରାଯାଇଥିଲା।

{"id":387851,"sizeSlug":"large","linkDestination":"none"}

ପଶୁପାଳନ ବିଭାଗ ଡାକ୍ତର କହିଛନ୍ତି ଯେ ପୁରୁଣା ଶସ୍ୟ ମଣ୍ଡିରେ ଏକ ଷଣ୍ଢ ଘରର ତୃତୀୟ ମହଲାକୁ ଚଢି ଯାଇଥିବା ସୂଚନା ମିଳିଥିଲା। ସେଥିପାଇଁ ଭ୍ୟାକସିନେସନ ପ୍ରସ୍ତୁତି ଛାଡି ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ କହିଛନ୍ତି ଯେ ଷଣ୍ଢକୁ ପ୍ରଥମେ ନିଶା ଦିଆଯାଇଥିଲା ଓ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

{"id":387853,"sizeSlug":"large","linkDestination":"none"}

ସେ କହିଛନ୍ତି ଯେ ଘର ବହୁତ ପୁରୁଣା। ସେଥିପାଇଁ ଘର ଛାତରୁ ଷଣ୍ଢକୁ ଉଦ୍ଧାର କରିବା ରିସ୍କି ଥିଲା। ଷଣ୍ଢକୁ ଉଦ୍ଧାର କରିବାକୁ ଛାତ ଉପରେ ଅନେକ ଲୋକ ମଧ୍ୟ ଉପସ୍ଥିତ ଥିଲେ। ଷଣ୍ଢକୁ ଚାରିପଟୁ ପଟ୍ଟୀ ବାନ୍ଧି ସୁରକ୍ଷିତ ଭାବେ ତଳକୁ ଓହ୍ଳାଯାଇଥିଲା। 

{"id":387852,"sizeSlug":"large","linkDestination":"none"}

ଘର ମାଲିକ କହିଛନ୍ତି ଯେ ସକାଳୁ ସେହି ଅଞ୍ଚଳରେ ବର୍ଷା ହେଉଥିଲା। ବର୍ଷା ଯୋଗୁଁ ଆଶ୍ରୟ ପାଇବାକୁ ଷଣ୍ଢ ଛାତ ଉପରକୁ ଚଢି ଯାଇଥିଲା। ସେ ଏ ସମ୍ପର୍କରେ ଜାଣିବା ପରେ ପଶୁପାଳନ ବିଭାଗକୁ ସୂଚନା ଦେଇଥିଲେ। ଏ ଘଟଣା ପ୍ରଘଟ ହେବାପରେ ଷଣ୍ଢକୁ ବଞ୍ଚାଇବାକୁ ଅନେକ ଲୋକ ମଧ୍ୟ ଜମା ହୋଇଥିଲେ। ୩ ଘଣ୍ଟାର ପରିଶ୍ରମ ପରେ ଷଣ୍ଢକୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.