ରଙ୍ଗ ରୁଟରେ ଯାଉଥିବା ବାଇକ୍ ଚାଳକଙ୍କ ଉପରେ ଚଢିଗଲା ବୁଲଡୋଜର : ବାଇକ୍ ଚାଳକ ମୃତ

Published By : Prameya-News7 Bureau | September 10, 2019 IST

ଭୁବନେଶ୍ୱର ୧୦/୯: ଟ୍ରାଫିକ ଯାଞ୍ଚ କୋହଳ ହେଉ ହେଉ ରଙ୍ଗ୍ ରୁଟରେ ଯିବାର କୁଅଭ୍ୟାସକୁ ପୁଣି ଫେରିଲେଣି ବେପରୁଆ ଗାଡ଼ି ଚାଳକ ।  ପରିଣାମ ସ୍ବରୂପ ଭୁବନେଶ୍ୱରରେ ପ୍ରାଣ ହରାଇଛନ୍ତି ଜଣେ ବାଇକ ଆରୋହୀ ।  ହଂସପାଳ ଛକରେ ଘଟିଥିବା ସଡ଼କ ଦୁର୍ଘଟଣାରେ ବୁଲଡୋଜର ଚାପାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ବାଇକ ଆରୋହୀ ଜଣକ ଭୁବନେଶ୍ୱରରୁ କଟକ ଯାଉଥିଲେ । ତେବେ ସର୍ଭିସ ରୋଡ ଉପରକୁ ଉଠି ରଙ୍ଗ୍ ରୁଟରେ ଯାଉଥିବା ବେଳେ ବୁଲଡଜୋର ସହ ବାଇକ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.