Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଓଡ଼ିଶା ଛାଡି ଏବେ ବାଙ୍ଗଳାଦେଶ ମୁହାଁ ବୁଲ୍‌ବୁଲ୍‌ – ବଙ୍ଗଳାଦେଶ ନୌସେନା ପ୍ରସ୍ତୁତ

9/11/2019 at 4:06 PM

ଢାକା – ବାତ୍ୟା ବୁଲ୍‌ବୁଲ୍‌ ଏବେ ବାଙ୍ଗଲାଦେଶ ଉପକୂଳ ଆଡକୁ ମୁହାଁଇଛି । ଓଡ଼ିଶା ଛାଡି ଏବେ ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବଙ୍ଗଳାଦେଶ ଦକ୍ଷିଣ ଉପକୂଳରେ ଏହା ମାଡ ହେବ ବୋଲି ପୂର୍ବସୂଚନା ମିଳିଛି । ସ୍ଥଳଭାଗ ଅତିକ୍ରମ କରିବା ସମୟରେ ୧୧୦ରୁ ୧୨୦ କିଲୋମିଟର ବେଗରେ ପରବନ ବହିବାର ସମ୍ଭାବନା ରହିଛି । ପବନର ଗତି ସର୍ବାଧିକ ୧୩୫ କିଲୋମିଟର ରହିବ । ବଙ୍ଗଳାଦେଶର ୧୩ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ଚଟଗାଁ ସହ ବଙ୍ଗଳାଦେଶର ସମସ୍ତ ବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି ।

ବଙ୍ଗଳାଦେଶରେ ୫୦ ହାଜରରୁ ଅଧିକ ସ୍ୱେଚ୍ଛାସେବୀଙ୍କୁ ପ୍ରସ୍ତୁତ କରି ରଖାଯାଇଛି । ଏହା ବଙ୍ଗାଳାଦେଶର ଦକ୍ଷିଣ ପଶ୍ଚିମ ଉପକୂଳ ବାତ୍ୟା ବୁଲ୍‌ବୁଲ୍‌ ସ୍ଥଳଭାଗ ଅତିକ୍ରମ କରିବ ।

ମେ ମାସରେ ଓଡ଼ିଶାରେ ଫିନି ଭୀଷଣ ସାମୁଦ୍ରିକ ଝଡ ସ୍ଥଳ ଭାଗ ଅତିକ୍ରମ କରିଥିଲା । ପୁରୀ ସହ ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାରେ ଏଥିପାଇଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ହେବ ସହ ବିଜୁଳି ଓ ମୋବାଇଲ୍‌ ଟେଲିଫୋନ୍‌ ବ୍ୟବସ୍ଥା ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା ।

ଆଜି ରାତି ଭିତରେ ଭୀଷଣ ସାମୁଦ୍ରିକ ଝଡ ବୁଲ୍‌ବୁଲ୍‌ ସ୍ଥଳଭାଗ ଛୁଇଁବ । ପରେ ଏହା ଦୂର୍ବଳ ହୋଇଯିବ । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୧୦ରୁ ୧୨୦ କିଲୋମିଟର ରହିବ । ଏହା ବେଳେ ବେଳେ ୧୩୫ କିଲୋମିଟର ଅତିକ୍ରମ କରିପାରେ ।

   Related Posts