Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଓଡ଼ିଶା ଛାଡିଲା ବୁଲ୍‌ବୁଲ୍‌

9/11/2019 at 1:17 PM

ଭୁବନେଶ୍ୱର – ବାତ୍ୟା ବୁଲ୍‌ବୁଲ୍‌ ଏବେ ବଙ୍ଗୋପସାଗର ମଧ୍ୟରେ ଉତ୍ତର ଦିଗରେ ଗତି କରୁଛି । ଏବେ ଏହା ଉତ୍ତର ପଶ୍ଚିମବଙ୍ଗ ଓ ବଙ୍ଗଳାଦେଶ ଉପକୂଳ ଆଡକୁ ଗତି କରୁଛି । ଆଇଏମ୍‌ଡି ବୁଲେଟିନ୍‌ ଅନୁସାରେ ସକାଳ ୧୧ଟା ୩୦ ବେଳକୁ ଏହା ପଶ୍ଚିମ ଓ ମଧ୍ୟ ବଙ୍ଗୋପ ସାଗର ମଧ୍ୟରେ କେନ୍ଦ୍ରୀଭୂତ ଥିଲା । ଗତ ୬ ଘଣ୍ଟାରେ ଏହା ଘଣ୍ଟାପ୍ରତି ୧୫ କିଲୋମିଟର ଆଗକୁ ବଢୁଛି ।

ଏହା ଓଡିଶା ଉପକୂଳ ଛାଡି ପଶ୍ଚିମବଙ୍ଗର ଉତ୍ତର ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇଛି । ଏହା ପଶ୍ଚମବଙ୍ଗର ସାଗର ଦ୍ୱୀପ ଆଡକୁ ବଢୁଛି । ଏହା ସକାଳେ ସାଗର ଦ୍ୱୀପ ଦକ୍ଷିଣ ଦକ୍ଷିଣ ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ଥିଲା । ଏହା ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବଙ୍ଗଳାଦେଶର ଖେପୁଆରା ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ।


ଆଜି ରାତି ଭିତରେ ଏହା ଭୀଷଣ ସାମୁଦ୍ରିକ ଝଡ ଭାବେ ସ୍ଥଳଭାଗ ଛୁଇଁବ । ପରେ ଏହା ଦୂର୍ବଳ ହୋଇଯିବ । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୧୦ରୁ ୧୨୦ କିଲୋମିଟର ରହିବ । ଏହା ବେଳେ ବେଳେ ୧୩୫ କିଲୋମିଟର ଅତିକ୍ରମ କରିପାରେ ।

   Related Posts