ସମୁଦ୍ର ମଧ୍ୟରେ ଭୀଷଣ ବାତ୍ୟାରେ ପରିଣତ ହେଲା ବୁଲ୍‌ବୁଲ୍‌- ଉତ୍ତର ପଶ୍ଚିମବଙ୍ଗ ବଙ୍ଗଳାଦେଶ ଆଡକୁ ଯିବା ସମ୍ଭାବନା, ଓଡିଶାରେ ବର୍ଷା

Published By : Prameya-News7 Bureau | November 07, 2019 IST

ଭୁବନେଶ୍ୱର ୦୭।୧୧ - ସମୁଦ୍ର ମଧ୍ୟରେ  ଭୀଷଣ ବାତ୍ୟାରେ ପରିଣତ ହେଲା ବୁଲ୍‌ବୁଲ୍‌।  ୮ ତାରିଖରୁ ସଂଧ୍ୟାରୁ ଉପକୂଳ ଓଡିଶାରେ ବର୍ଷା ହେବ । ୯ରୁ ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିବ ।  ବାତ୍ୟା ବୁଲ୍‌ବୁଲ୍‌କୁ ନେଇ ସରକାରୀ ସ୍ତରରେ କିନ୍ତୁ ସତର୍କତା ବଢ଼ିଛି।  ପ୍ରଭାବିତ ଜିଲ୍ଲାଗୁଡ଼ିଙ୍କୁ ଓଡରାଫର ଦୁଇଟି ଟିମ ଓ ଏନଡିଆରଏଫର ଗୋଟିଏ ଲେଖାଏଁ ଟିମ ପଠାଯାଇଛି । ସେପଟେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତି ନେଇ ରାଜ୍ୟସରକାରଙ୍କ ସହ ଭିଡିଓ କନଫରେନ୍ସିରେ ଆଲୋଚନା କରିଛନ୍ତି ସ୍ବତନ୍ତ୍ର ସଚିବ ।

ସାମୁଦ୍ରିକ ଝଡ ବୁଲବୁଲ ବାଂଲାଦେଶ ଆଡ଼େ ବୁଲୁଛି ସତ କିନ୍ତୁ ଏହାର ପଞ୍ଝା ଓଡିଶା ଉପରେ ଯେ ପଡ଼ିବ ସେ ଆଶଙ୍କା ଟଳିନି । ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଉଥିବା ବୁଲବୁଲ  ଓଡିଶା ଉପକୂଳ ନଛୁଇଁଲେ ବି ଏହାର ପ୍ରଭାବ ଓଡିଶା ଉପକୂଳରେ ପଡିବ । ପାରାଦୀପ ଠାରୁ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଦିଗରେ ୬୮୦ କିଲୋମିଟର ଦୂରରେ ଥିବା ଏହି ଘୂଣ୍ଣି ଝଡ ୨୪ ଘଣ୍ଟା ଭିତରେ ଭୀଷଣ ଚକ୍ରବାତର ରୂପ ନେବ । ୯ ତାରିଖ ବେଳକୁ ପାରାଦୀପ ଠାରୁ ୧୩୮ କିଲୋମିଟର ଦୂରରେ ଗତି କରିବ । ଧାମରା ଠାରୁ ୧୪୯ କମି ଓ ଗୋପାଳପୁର ଠାରୁ ୩୪୭ କିମି ଦୂରରେ ରହିବ । ଏହି ସମୟରେ ପବନର ବେଗ ୮୦ରୁ ୯୦କିଲୋମିଟର ରହିପାରେ ।

{"id":180705}

ବାତ୍ୟାକୁ ନେଇ କିନ୍ତୁ ଓଡ଼ିଶା ସରକାର ପୂର୍ବଭଳି ସତର୍କତାର ସବୁ ହାତ ଖୋଲି ଦେଇଛନ୍ତି ।  କିଛି ସ୍ଥାନରେ ପବନ ଯୋଗୁ ଗଛ ଏବଂ ବିଦ୍ୟୁତ ଖୁଣ୍ଟ ଉପୁଡିବା ଆଶଙ୍କା ରହିଛି  । ଯୋଗାଯୋଗ ବିଛିନ୍ନ ହେବା ସହ ରାସ୍ତା ଘାଟ ଧୋଇଯିବ । ବାତ୍ୟା ପ୍ରଭାବରେ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଭାବିତ ହେବାକୁ ଥିବା ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, କଟକ, ଯାଜପୁର ବାଳେଶ୍ବର, ମୟୁରଭଞ୍ଜ, ଭଦ୍ରକ ଜିଲ୍ଲାରେ ଏହାର ପ୍ରଭାବ ଅଧିକ ପଡିବ । ଏସବୁ ଜିଲ୍ଲାକୁ ଓଡ୍ରାଫର ଦୁଇଟି ଲେଖାଏଁ ଟିମ୍ ଓ ଏନଡିଆରଏଫର ଗୋଟିଏ ଲେଖାଏଁ ଟିମ ପଠାଯାଇଛି ।  ଉପକୂଳ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କତା ଜାରି କରାଯାଇଛି । ଏହା ସହ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ପାଳ ଚାହିଁଲେ ତଳି ଅଞ୍ଚଳରୁ ଲୋକଙ୍କୁ ସ୍ଥାନ୍ତର କରିବାକୁ ନିର୍ଦେଶ ଦେଇଛନ୍ତି ଏସଆରସି ।

{"id":180706}

ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଚାଲିଛି ପ୍ରଶାସନିକ ପ୍ରସ୍ତୁତି । ଏହେଉଛି ରାଜ୍ୟ ଲୋକସେବା ଭବନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ହେଉଥିବା ଭିଡିଓ କନଫରେନ୍ସି । ବାତ୍ୟା ବୁଲବୁଲ ର ପ୍ରଭାବ କଣ ରହିବ ଓ ରାଜ୍ୟ. ସରକାରଙ୍କ ପ୍ରସ୍ତୁତି କିପରି ଅଛି ସେନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରମୁଖ ସଚିବ ପିକେ ମିଶ୍ର ସମୀକ୍ଷା କରୁଛନ୍ତି । ସମୁଦ୍ତ ଅଶାନ୍ତ ରହୁଥିବାରୁ ମତ୍ସଜୀବିଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ବନ୍ଦର ଗୁଡିକରେ ଦୁଇ ନମ୍ବର ବିପଦ ସଙ୍କେତ ଦିଆଯାଇଛି । ୮ ସଂଧ୍ୟାରୁ  ବର୍ଷା ବଢିବ ବୋଲି କହିଛି ପାଣିପାଗ ବିଭାଗ ।

ତେବେ ବାତ୍ୟା ବୁଲ ବୁଲର ଗତି ପଥ ପରିବର୍ତ୍ତନ ହେବ କି ନାହିଁ ଓ କେଉଁଠି ଲ୍ୟାଣ୍ଡ ଫଲ କରିବ ତାହା କାଲି ସଂଧ୍ୟା ସୁଦ୍ଧା ଜଣାପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.