ଦେଖୁ ଦେଖୁ କିଛି ସେକେଣ୍ଡ ମଧ୍ୟରେ ଗଙ୍ଗା ନଦୀରେ ଲୀନ ହୋଇଗଲା ସମ୍ପୂର୍ଣ ଘର

Published By : Prameya-News7 Bureau | August 18, 2020 IST

ବୁଲନ୍ଦସହର ୧୮/୦୮ :  ଉତ୍ତର ଭାରତରେ ମୋୖସୁମୀ ଆସିବା ପରେ ଚାରିଆଡେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି | ଅଧିକାଂଶ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଲୋକଙ୍କ ଘର ବୁଡି ଯାଇଛି | ଅଧିକାଂଶ ଅଞ୍ଚଳ ପାଣି ଘେରରେ ରହିଛି | ରାଜ୍ୟର ଅନେକ ନଦୀ ବିପଦ ସଂକୁଳ ଅବସ୍ଥାରେ ରହିଛି | ଉତ୍ତର ପ୍ରଦେଶର ୧୫ ଜିଲ୍ଲା ବନ୍ୟାଗ୍ରସ୍ତ ହୋଇଛି | ବନ୍ୟାର ଭୟାବହ ରୂପ ସାମ୍ନାକୁ ଆସିଛି | ବୁଲନ୍ଦସହରର ଏହିଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି | ବର୍ଷା ପରେ ଏକ ଘର ଗଙ୍ଗା ନଦୀରେ ଲୀନ ହୋଇଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି | ମାତ୍ର କିଛି ସେକେଣ୍ଡରେ ଘରଟି ନଦୀରେ ମିଶିଗଲା | ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି |

ଭିଡିଓରେଟି ରାଜଘାଟ ଅଞ୍ଚଳର | ସେଠାରେ ଏକ ଘରେ ବନ୍ୟା ପାଇଁ ରିଲିଫ ସାମଗ୍ରୀ ରଖାଯାଇଥିଲା | କିନ୍ତୁ ଗଙ୍ଗା ନଦୀ କୁଳ ଲଙ୍ଘିବା ଫଳରେ ପୁରା ଘର ନଦୀରେ ଲୀନ ହୋଇଯାଇଛି | ଘରଟି ଗଙ୍ଗା ନଦୀ କୁଳରେ ତିଆରି ହୋଇଥିଲା | ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଏହାର ଭିଡିଓ ରେକର୍ଡିଙ୍ଗ କରି ତାକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଛନ୍ତି | 

wp:core-embed/youtube {"url":"https://www.youtube.com/embed/9p8UGJPeOgU","type":"rich","providerNameSlug":"embed-handler","className":"wp-embed-aspect-16-9 wp-has-aspect-ratio"}
https://www.youtube.com/embed/9p8UGJPeOgU
/wp:core-embed/youtube

ବନ୍ୟା ବିପଦକୁ ଦୃଷ୍ଟିରେ ରଖି ୨ ଦିନ ପୂର୍ବରୁ ଜିଲ୍ଲା ଅଧିକାରୀ ରାଜଘାଟ, ନରୋରା ସମେତ ଅନେକ ତଟବର୍ତ୍ତୀ ଅଞ୍ଚଳ ଗସ୍ତ କରିଛନ୍ତି | ବନ୍ୟା ପୂର୍ବରୁ ସମସ୍ତ ସୁରକ୍ଷା ସାମଗ୍ରୀ ଏକାଠି କରିଥିଲେ | ସବୁ ସମାଗ୍ରୀ ଏହି ଘରେ ରଖାଯାଇଥିଲା | କିନ୍ତୁ ଘଟଟି ଗଙ୍ଗା ନଦୀରେ ଲୀନ ହୋଇଯାଇଛି ଏବଂ ଏହା ସହ ସବୁ ସାମଗ୍ରୀ ମଧ୍ୟ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.