Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ବୁଲନ୍ଦସହର ହିଂସା : ପୋଲିସ ଅଧିକାରୀଙ୍କ ଉପରକୁ ଗୁଳି କରିଥିବା ସେନା କର୍ମଚାରୀକୁ ଗିରଫ କଲା ଏସଟିଏଫ

9/12/2018 at 12:44 PM

ବୁଲନ୍ଦସହର୯/୧୨ : ବୁଲନ୍ଦସହରରେ ଗୋକସି ହିଂସା ମାମଲାରେ ପ୍ରାଣ ହରାଇଥିଲେ ଜଣେ ପୋଲିସ ଅଧିକାରୀ | ପୋଲିସଅଧିକାରୀଙ୍କ ଉପରକୁ ଗୁଳି କରିଥିବା ସେନା କର୍ମଚାରୀ ଜିତୁକୁ ଏସଆଇଟି ଗିରଫ କରିଛି | ସିସିଟିଭିଫୁଟେଜକୁ ଆଧାର କରି ଏସଆଇଟି ଜିତୁକୁ ଗିରଫ କରି ପଚରାଉଚୁରା କରୁଛି | ପଚରାଉଚୁରା ବେଳେ ଜିତୁ ସ୍ୱୀକାରକରିଥିଲା ଯେ, ଘଟଣା ବେଳେ ସେ ଘଟଣାସ୍ଥଳରେ ଉପସ୍ଥିତ ଥିଲା | ଜିତୁକୁ ଏସଟିଏଫ ମିରଟରୁ ଗିରଫ କରିଥିଲା| ପୋଲିସ ଜିତୁକୁ ସ୍ଥାନା ଜେଲକୁ ନେଇଯାଇଥିଲା | ଆଜି ଭୋରରୁ ଏସଆଇଟି ଟିମ ଜିତୁକୁ ପଚରାଉଚୁରା କରିଥିଲା|

ସୂଚନାଯୋଗ୍ୟ ଯେ, ଏସଟିଏଫ ଜିତୁକୁ ପୋଲିସ ଅଧିକାରୀଙ୍କ ହତ୍ୟାକାରୀ ବୋଲି ସ୍ୱୀକାର କରୁନାହିଁ | କିନ୍ତୁ ବିଦ୍ରୋହରେ ସେ ସାମିଲ ଥିବା ନେଇ ସ୍ୱୀକାର କରୁଛି | ଜିତୁକୁ ଶନିବାର ବିଳମ୍ବିତ ରାତିରେ ସେନା ଅଧିକାରୀ ଏସଟିଏଫକୁ ହସ୍ତାନ୍ତର କରିଦେଇଥିଲେ | ଗିରଫ ପରେ ଏସଟିଏଫ ଜିତୁକୁ ପଚରାଉଚୁରା କରିବା ଆରମ୍ଭ କରିଦେଇଥିଲା | ଜିତୁ ସବୁ ପ୍ରଶ୍ନର ଉତ୍ତର କେବଳ ହଁ ଏବଂ ନାରେ ହିଁ ଦେଇଥିଲା ବୋଲି ଜଣାପଡିଛି | 

   Related Posts