Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

‘ଇଜି ଅଫ ଡୁଇଙ୍ଗ୍ ବିଜନେସ୍’ ଦିଗରେ ଓଡିଶା ସରକାରଙ୍କ ବଡ ପଦକ୍ଷେପ, ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍‌ରେ ବିଲ୍ଡିଂ ପ୍ଲାନକୁ ମିଳିଲା ଅନୁମୋଦନ

1/02/2021 at 10:36 PM

ଭୁବନେଶ୍ଵର ୦୧।୦୨: ଓଡିଶା ‘ଇଜି ଅଫ ଡୁଇଙ୍ଗ୍ ବିଜନେସ୍’ ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନେଇଛି। ରାଜ୍ୟ ସରକାର ପ୍ରକଳ୍ପଗୁଡ଼ିକର ଭିତ୍ତିଭୂମି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ଏବଂ ସେକ୍ଟର ଭିତ୍ତିକ ନିର୍ଦ୍ଦିଷ୍ଟ ପାର୍କରେ IDCO ଦ୍ୱାରା ‘ନିର୍ମାଣ ଯୋଜନା ଅନୁମୋଦନ’ ପ୍ରକ୍ରିୟାକୁ ମଞ୍ଜୁରୀ  ମିଳିଛି। ।

ଲୋକସେବା ଭବନ ସମ୍ମିଳନୀ ହଲରେ ସୋମବାର ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକରେ  ଏହି ପ୍ରସ୍ତାବ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।  ବୈଠକରେ ମୁଖ୍ୟ ଉଦ୍ୟୋଗ  ସଚିବ ହେମନ୍ତ ଶର୍ମା ଆଲୋଚନାରେ ପ୍ରଶାସନିକ ଏବଂ କାର୍ଯ୍ୟନିର୍ବାହୀ ଦିଗକୁ ନେଇ ନିଜର ମତାମତ ରଖିଥିଲେ।

ରାଜ୍ୟରେ ବ୍ୟବସାୟିକ ଇକୋ ସିଷ୍ଟମର ବୃଦ୍ଧି ପାଇଁ ଏବଂ ପ୍ରସ୍ତାବିତ ପ୍ରକଳ୍ପର ପ୍ରତିଯାଗିତାମୂଳକ ଲାଭକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ଏକ ଅନଲାଇନ ପ୍ରଣାଳୀ ବିକଶିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଇଡକୋ ଅଧ୍ୟକ୍ଷ ତଥା ପ୍ରବନ୍ଧକ ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂହ ନିବେଶଙ୍କ ଫିଜିକାଲ ଉପସ୍ଥିତିର ଆବଶ୍ୟକତାକୁ ସମାପ୍ତକରି ପୂରା ବ୍ୟବସ୍ଥାକୁ ସ୍ଵଚାଳିତ କରିବାକୁ ପରାମର୍ଶ ଦେଇଛନ୍ତି।

   Related Posts