ଭୁସଭାସ୍ ହୋଇ ଭୁଶୁଡି ପଡିଲା କୋଠା: ଦେଖନ୍ତୁ ଲୋମଟାଙ୍କୁରା ଭିଡିଓ

Published By : Prameya-News7 Bureau | September 27, 2021 IST

ବେଙ୍ଗାଲୁରୁ ୨୭/୦୯ : ବେଙ୍ଗାଲୁରୁ ୱିଲ୍ସନ ଗାର୍ଡେନ ଅଞ୍ଚଳରେ ଏକ ପୁରୁଣା କୋଠା ସୋମବାର ସକାଳ ପ୍ରାୟ ସାଢେ ୧୧ ସମୟରେ ଭୁସଭାସ ହୋଇ ଭୁଶୁଡି ଗଲା। ତେବେ କାହାର ପ୍ରାଣହାନୀ ଘଟିନାହିଁ କି କେହି ଆହତ ମଧ୍ୟ ହୋଇନାହାନ୍ତି। କାରଣ କୋଠା ଭୁଶୁଡିବା ପୂର୍ବରୁ ସେଠାରେ ରହୁଥିବା ଲୋକେ ଜରୁରୀକାଳୀନ ସେବା ସହ ଯୋଗାଯୋଗ କରି ସେଠାରୁ ବାହାରି ଆସିଥିଲେ। ଏହି କୋଠା ୧୯୬୨ ରେ ନିର୍ମାଣ କରାଯାଇଥିଲା। କୋଠା ଭୁଶୁଡିବା ସମୟରେ ସେଠାରେ ରହୁଥିବା ଅଧିକାଂଶ ଲୋକେ କାମରେ ଯାଇଥିଲେ। ଯେଉଁମାନେ ଉପସ୍ଥିତ ଥିଲେ ସେମାନଙ୍କୁ ପାଖ ପଡୋଶୀ ସତର୍କ କରାଇ ଦେଇଥିଲେ। କାରଣ ତାର ଟିକିଏ ପୂର୍ବରୁ କୋଠାର ପ୍ଳାଷ୍ଟର ଓ କାନ୍ଥ ଭାଙ୍ଗିବାକୁ ଲାଗିଥିଲା। ତାପରେ ଲୋକେ ସେଠାରୁ ବାହାରି ଯାଇଥିଲେ।

{"id":518523,"sizeSlug":"full","linkDestination":"none"}

ଏହାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଲୋମଟାଙ୍କୁରା ଭିଡିଓରେ ଆପଣ ଦେଖିପାରିବେ କୋଠା କିଭଳି ଭୁସଭାସ ହୋଇ ଭୁଶୁଡି ଯାଇଛି। ୨୦ ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳିଛି ପ୍ରଥମେ ପ୍ଳାଷ୍ଟର ଓ କାନ୍ଥ ପଡିଛି ଓ ତାପରେ ହଠାତ ପୁରା କୋଠା ଭୁଶୁଡି ପଡିଛି।

wp:embed {"url":"https://www.youtube.com/embed/f4D_O4kDBjg","type":"rich","providerNameSlug":"embed-handler","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/embed/f4D_O4kDBjg
/wp:embed

କୋଠାର ଦ୍ୱିତୀୟ ମହଲା ପ୍ରଥମେ ପଡିଛି ଓ ପରେ ପ୍ରଥମ ମହଲା ପଡିଛି। କୋଠା ଭୁଶୁଡିବା ପରେ ସେଠାରେ ଜୋର ଶବ୍ଦ ହୋଇଥିଲା ଓ ଚାରିଆଡେ ଧୂଳି ହୋଇଯାଇଥିଲା। ଆଖପାଖ ଘରର ମଧ୍ୟ କୌଣସି କ୍ଷୟକ୍ଷତି ହୋଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.