Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ଭୁଶୁଡିଲା ତିନି ମହଲା କୋଠା, ଅନେକ ଲୋକ ଦବି ରହିଥିବା ଆଶଙ୍କା

23/11/2020 at 10:33 PM

କାନପୁର ୨୩।୧୧: ଉତ୍ତର ପ୍ରଦେଶର କାନପୁରରେ ବଡ ଦୁର୍ଘଟଣା ଘଟିଛି। ସହରର କୁଲି ବଜାର ସ୍ଥିତ ଏକ ତିନି ମହଲା  କୋଠା ଭୁଶୁଡି ପଡିଛି। ଏହି ଘଟଣାରେ ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। କୋଠା ତଳେ ଅନେକ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସହରର ଅନବରଗଞ୍ଜ ଥାନା ଅନ୍ତର୍ଗତ କୁଲି ବଜାର ଅଞ୍ଚଳରେ ସ୍ଥିତ ଏହି ତିନି ମହଲାର କୋଠା ବିଳମ୍ବିତ ସନ୍ଧ୍ୟାରେ ଅଚାନକ ଭୁଶୁଡି ପଡିଛି। କୋଠା ଭୁଶୁଡିବାର ଶବ୍ଦ ଶୁଣି ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଓ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଅନବରଗଞ୍ଜ ଥାନା ଅଧିକାରୀ ମହମ୍ମଦ ଅକମଲ ଖାନ କହିଛନ୍ତି, ବହୁ ପୁରାତନ ଏହି କୋଠାରେ ଅନେକ ପରିବାର ରହୁଥିଲେ। ତେଣୁ ଅତଡା ତଳେ ଅନେକ ଲୋକ ଦବି ରହିଥିବାର ଆଶଙ୍କା କରାଯାଉଛି।  

   Related Posts