ଦିଲ୍ଲୀର ଏକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜଣେ ଫାୟାର ମ୍ୟାନଙ୍କ ମୃତ୍ୟୁ, ୧୪ ଆହତ

Published By : Prameya-News7 Bureau | January 02, 2020 IST

ନୂଆଦିଲ୍ଲୀ୨/୧: ଦିଲ୍ଲୀର ଏକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ । ଏକ ବ୍ୟାଟେରୀ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯିବାରୁ ସେଠାରେ ଭୟଙ୍କର ବିସ୍ଫୋରଣ ସହ କୋଠା ଭୁଶୁଡି ପଡିଛି । ଖବର ପାଇ ଦମକଳ ବାହିନୀ ଓ ଏନ୍‌ଡିଆରଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ତେବେ ଏଠିରେ ଜଣେ ଦମକଳ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଫ୍ୟାକ୍ଟ୍ରିର ପ୍ରାୟ ୭୫ ପ୍ରତିଶତ ନଷ୍ଟ ହୋଇଯାଇଛି ।

wp:core-embed/twitter {"url":"https://twitter.com/ArvindKejriwal/status/1212670091315183616","type":"rich","providerNameSlug":"twitter","className":""}
https://twitter.com/ArvindKejriwal/status/1212670091315183616
/wp:core-embed/twitter

ଦିଲ୍ଲୀ ପୀରାଗଢିର ଏକ ବ୍ୟାଟେରୀ ଫ୍ୟାକ୍ଟ୍ରିରେ ଆଜି ବଡି ଭୋରରୁ ନିଆଁ ଲାଗିଥିଲା । ଚାହୁଁ ଚାହୁଁ ପୂରା ଫ୍ୟାକ୍ଟ୍ରିରେ ବ୍ୟାପୀ ଯାଇଥିଲା ନିଆଁ । ବିସ୍ଫୋରଣ ଯୋଗୁଁ ବିଲଡିଂର କିଛି ଭାଗ ଭୁଷୁଡି ପଡିଥିଲା । ଯେଉଁଥିରେ ୧୪ ଜଣ ଅଗ୍ନିଶମ କର୍ମଚାରୀଙ୍କ ସମେତ ୧୮ ଜଣ ଫସିଯାଇଥିଲା । ସେମାନଙ୍କୁ ଉଦ୍ଧାର ପାଇଁ ଏନ୍‌ଡିଆରଏଫ୍‌ କର୍ମଚାରୀ ନିୟୋଜିତ ହୋଇଥିଲେ ।ଜଣଙ୍କ ପରେ ଜଣେ ଅଗ୍ନିଶଣ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ଜଣଙ୍କୁ ବାହାର କରିବାକୁ ବେଶ କଷ୍ଟ ସାଧ୍ୟ ହୋଇଥିଲା । ୧୦ ଘଣ୍ଟାର ପରିଶ୍ରମ ପରେ ତାଙ୍କୁ ବାହାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

wp:core-embed/twitter {"url":"https://twitter.com/ANI/status/1212639503615234048","type":"rich","providerNameSlug":"twitter","className":""}
https://twitter.com/ANI/status/1212639503615234048
/wp:core-embed/twitter

ଗତ ମାସେ ଭିତରେ ଦିଲ୍ଲୀରେ ନିଆଁ ଲାଗିବା ଏହା ତୃତୀୟ ବଡ ଘଟଣା । ପ୍ରଥମେ ଦିଲ୍ଲୀର ଅନାଜ ମଣ୍ଡି ଅଞ୍ଚଳରେ ନିଆଁ ଲାଗିଥିଲା ଯେଉଁଥିରେ ୪୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ କିରାଡିର ଏକ ଫ୍ୟାକ୍ଟ୍ରିରେ ନିଆଁ ଲାଗିବାରୁ ୯ଜଣଙ୍କର ମୃତ୍ୟୁ ହୋଇଥିଲା ।ସେହିଭଳି ସୋମବାର ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ନିକଟରେ ଥିବା ଏସ୍‌ପିଜି ରିସେପ୍‌ସନ୍‌ ଅଞ୍ଚଳରେ ବି ନିଆଁ ଲାଗିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.