Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଭୁଷୁଡିଲା ଚାରି ମହଲା କୋଠା

6/06/2020 at 1:23 PM

ସିମ୍‌ଲା ୦୬।୦୬: ଭୁଷୁଡିଲା ଚାରି ମହଲା କୋଠା । ହିମାଚଳ ପ୍ରଦେଶର ରାଜଧାନୀ  ରାଜଧାନୀର ସିମଲାର ଏରା ହୋମ ଅଞ୍ଚଳରେ ଏକ ଚାରି ମହଲା  ବିଶିଷ୍ଟ କୋଠା ଭୁଶୁଡି ପଡିଛି। ବିଲଡିଂରେ ଫ୍ଲାଟ ନିର୍ମାଣ କରାଯାଇ ଲୋକମାନଙ୍କୁ ବିକ୍ରି କରାଯାଇଥିଲା । ତେବେ ଆଜି ସକାଳ  ସମୟରେ ଏହି ଘଟଣା ଘଟିଥିଲା। ଦୁର୍ଘଟଣା ସମୟରେ ବିଲଡିଂରେ କେହି ଉପସ୍ଥିତ ନଥିଲେ। ବିଲଡିଂ ଭୁଶୁଡ଼ିବା କାରଣରୁ ଆଖପାଖ ଘରଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ସୂଚନାଯୋଗ୍ୟ ଯେ, ଆଜି ସକାଳ ସମୟରେ ବିଲ୍ଡିଂଟି ଭୁଷୁଡିବାର ଲାଗିଥିଲା । ଯାହାକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଘଟଣା ଘଟିବା ହେବା ମାତ୍ରେ ପୋଲିସ ଏବଂ ପ୍ରଶାସନ ଦଳ ଘଟଣାସ୍ଥଳରେ ପହଂଚି ଯାଇଥିଲେ।  ତେବେ  ଘଟଣାରେ କୌଣସି ମୃତାହତର ଖବର ମିଳିନାହିଁ । ପ୍ରବଳ ବର୍ଷା ଯୋଗୁଁ କୋଠାଟି ଭୁଶୁଡି ପଡିଥିବା ଜଣାପଡିଛି। ଗତ ସନ୍ଧ୍ୟାରେ ଶିମଲାରେ ପ୍ରବଳ ବର୍ଷା ଲାଗି ରହିଥିଲା । ଅନ୍ୟପଟେ ସ୍ଥାନୀୟ କାଉନସିଲର କହିଛନ୍ତି ଯେ ଭୁଷୁଡି ପଡିଥିବା କୋଠାଟି ଠିକ୍ ଭାବରେ ନିର୍ମାଣ ହୋଇନାହିଁ। ବିଲଡିଂରେ ଥିବା ଫ୍ଲାଟଗୁଡ଼ିକ ନିର୍ମାଣ ଏବଂ ବିକ୍ରୟ କରାଯାଇଥିଲା | ଏହି ବିଲ୍ଡିଂରେ ଫ୍ଲାଟ କିଣିଥିବା ଡାକ୍ତର ପ୍ରେମ ଶର୍ମା ମାଲିକଙ୍କ ବିରୋଧରେ ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଥିଲେ।

   Related Posts