ଭୁଶୁଡିଲା ନିର୍ମାଣାଧୀନ କୋଠା : ୩ ଶ୍ରମିକ ମୃତ, ଏକାଧିକ ଆହତ

Published By : Prameya-News7 Bureau | February 02, 2021 IST

ଚେନ୍ନାଇ ୦୨।୦୨: ଭୁଶୁଡିଲା ନିର୍ମାଣାଧୀନ କୋଠା । ଏହି ଅଘଟଣାରେ ୩ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଶ୍ରମିକ ଆହତ ହୋଇଛନ୍ତି । ସମସ୍ତ ଆହତ ଶ୍ରମିକଙ୍କ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।  

ଖବର ଅନୁଯାୟୀ, ତାମିଲନାଡୁ ମଦୁରାଇର ପଶ୍ଚିମ ବାଦାମପୋକ୍କି ଏକ ୨ ମହଲା କୋଠାରେ ନିର୍ମାଣ କାମ ଜାରି ରହିଥିଲା । ଶ୍ରମିକମାନେ ଛାତ ଉପରେ ଲୁହା ଛଡ଼ରେ ସେଣ୍ଟ୍ରିଂ କାମ କରୁଥିଲେ , ହଠାତ୍‌ ସେଣ୍ଟ୍ରିଂ ଛାତ ଖସିପଡିଥିଲା । ଯାହାଫଳରେ କି କାମ କରୁଥିବା କିଛି ଶ୍ରମିକ ଚାପି ହୋଇଯାଇଥିଲେ । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇଁ ଅଗ୍ନିଶମ ବାହିନୀ ଓ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ।

ଏହି ଅଘଟଣରେ ୩ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ୩ଜଣ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ତେବେ ୨ ମହଲା କୋଠାକୁ ଭାଙ୍ଗି ପୁଣିଥରେ ନିର୍ମାଣ କରାଯାଉଥିବା ବେଳେ କେଉଁ କାରଣରୁ ଭୁଶୁଡିପଡିଲା ସେ ନେଇ ତଦନ୍ତ ଆରମ୍ଭ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.