Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ମହାରାଷ୍ଟ୍ର: ସୋଲାପୁରରେ ଭୟଙ୍କର ଦୁର୍ଘଟଣା, କାନ୍ଥ ଭୁଶୁଡ଼ି ୬ ମୃତ

14/10/2020 at 9:52 PM

ମୁମ୍ବାଇ ୧୪/୧୦: ମହାରାଷ୍ଟ୍ରର ସୋଲାପୁର ଅନ୍ତର୍ଗତ ପଢ଼ରପୁରରେ କାନ୍ଥ ଭୁଶୁଡ଼ି ୬ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ତେବେ ଏଭଳି ଏକ ଭୟଙ୍କର ଘଟଣା ଚନ୍ଦ୍ରଭାଗା ନଦୀ କୂଳରେ ଥିବା ଏକ କାନ୍ଥ ଭୁଶୁଡ଼ିବା ଯୋଗୁଁ ହୋଇଛି। ତେବେ ୭ ଜଣ ଫସି ରହିଥିବା ନେଇ ଜଣାପଡ଼ିଥିବା ବେଳେ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ଉପଜିଲ୍ଳପାଳ କହିଛନ୍ତି। ଏବେବି ଉଦ୍ଧାରକାର୍ଯ୍ୟ ଜାରି ରହିଛି।

ଗତମାସ ଗୁଜୁରାଟର ଭଦୋଦରା ଅନ୍ତର୍ଗତ ବାବାମାନ ପୁରା ଅଞ୍ଚଳରେ ଏଭଳି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଥିଲା। ନବ ନିର୍ମିତ ବିଲ୍ଡିଂ ଭୁଶୁଡ଼ି ପଡ଼ିବାରୁ ୩ ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ୩ ମହଲା ବିଶିଷ୍ଟ ବିଲ୍ଡିଂଟି ପୂର୍ବରୁ ଗୋଟିଏ ପାର୍ଶ୍ବକୁ ଢ଼ଳି ରହିଥିଲା।

କିଛି ଦିନ ପୂର୍ବରୁ ମହାରାଷ୍ଟ୍ରରେ ଭିମ୍ବଡ଼ି ଅଞ୍ଚଳରେ ବିଲ୍ଡିଂ ଭୁଶୁଡ଼ି ପାଖାପାଖି ୩୦ ଲୋକଙ୍କ ଜୀବନ ଯାଇଥିଲା। ପଟେଲ କମ୍ପାଉଣ୍ଡରେ ୪ ଦଶକ ଧରି ଛିଡ଼ା ହୋଇଥିବା ବିଲ୍ଡିଂଟି ସେପ୍ଟେମ୍ବର ୨୧ରେ ଭୋର ୩.୪୫ ସମୟରେ ଭୁଶୁଡ଼ି ପଡ଼ିଥିଲା।

ତେବେ​‌ ଏହି ସମୟରେ ବିଲ୍ଡିରେ ରହୁଥିବା ଲୋକେ ଶୋଇଥିଲେ। ବିଲ୍ଡି ଭୁଶୁଡ଼ି ପଡ଼ିବାରୁ ଅନେକ ଲୋକ ଫସି ରହିଥିଲେ। ପରେ ଦମକଳ ବାହିନୀ ଓ ଏନଡିଆରଏଫ୍‌ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଥିଲା। ଅନେକ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।  

   Related Posts