Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଭୁଷୁଡିଲା ଦୁଇ ମହଲା କୋଠା, ଅଳ୍ପକେ ବର୍ତ୍ତିଗଲେ ପରିବାର ସଦସ୍ୟ

23/03/2020 at 8:03 AM

ଗଞ୍ଜାମ ୨୩।୦୩ : ଭୁଷୁଡିଲା ଦୁଇଟି ଦୁଇ ମହଲା କୋଠା ଘର  । କୋଠା ଭୁଷୁଡିବା ଦ୍ବାରା ଚାରୋଟି ଘର ଭାଙ୍ଗିଯାଇଛି । ଅଳ୍ପକେ ବର୍ତ୍ତିଗଲେ ଦୁଇଟି ପରିବାରର ସଦସ୍ୟ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏସ୍‌. ଟିକରପଡା ଗାଁରେ ଘଟିଛି ଅଘଟଣ । ସ୍ଥାନୀୟଲୋକଙ୍କ ଦ୍ବାରା ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ସୂଚନା ।

 ସୂଚନାଯୋଗ୍ୟ ଯେ, ରବିବାର ବିଳମ୍ବିତ ରାତିରେ ଏସ୍‌.ଟିକରପଡା  ଗାଁରେ ଦୁଇଟି ଦୁଇ ମହଲା ବିଶିଷ୍ଟ କୋଠ ଭୁଷୁଡି ପଡିଛି । ଉଭୟ ପରିବାରର ସଦସ୍ୟ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ବେଳେ ଅଚନାକ ଦୁଇ ମହଲା ଘର ଭୁଷୁଡି ପଡିଛି ।  ତେବେ କୋଠା ଭୁଷୁଡିବା ଦ୍ବାରା ଘର , ଗୁହାଳ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ତେବେ ପରିବାରର ସମସ୍ତ ସଦସ୍ୟ ସୁରକ୍ଷିତ ଥିବା ବେଳେ ଆସବାପତ୍ର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ତିନି ଦିନ ଧରି ଲଗାତର ବର୍ଷା ହେଉଥିବାରୁ ପୁରୁଣା କୋଠାଟି ଭୁଷୁଡି ପଡିଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସୀ ଅଧିକାରୀ ପହଞ୍ଚିନଥିବା ଜଣାପଡିଛି ।

   Related Posts