Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • LICର ଏମ୍‌ଡି ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି, ଫେବୃଆରୀ ୧ରୁ ସମ୍ଭାଳିବେ ଦାୟିତ୍ବ
  • ||
  • ଜାନୁଆରୀ ୨୭, ସକାଳେ ଜେଲ୍‌ରୁ ମୁକୁଳିପାରନ୍ତି ଭି.କେ. ଶଶିକଳା
  • ||
  • ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଖୋଲିଵାକୁ ସରକାରଙ୍କ ନିଷ୍ପତ୍ତି
  • ||
  • କଟକ:କାଲିଠାରୁ ଖୋଲିଵ ନେତାଜୀ ସଂଗ୍ରହାଳୟ
  • ||
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||

ନୋଏଡା: ସେକ୍ଟର ୧୧ରେ ଭୂଷୁଡିଲା ନିର୍ମାଣାଧୀନ ଭବନ

31/07/2020 at 10:25 PM

ନୂଆଦିଲ୍ଲୀ ୩୧।୭: ଉତ୍ତର ପ୍ରଦେଶ ନୋୟେଡା ସେକ୍ଟର ୧୧ରେ ଶୁକ୍ରବାର ଏକ ନିର୍ମାଣାଧୀନ ଭବନ ଭୂଷୁଡି ପଡିଛି। ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଆଶଙ୍କା କରାଯାଉଥିବା ବେଳେ ଭଙ୍ଗା ବିଲ୍ଟିଂ ତଳେ କିଛି ଲୋକେ ଦବି ରହିଥିବାର କୁହାଯାଉଛି। ବିଲ୍ଡିଂ ଭୂଷୁଡି ପଡିବା ସୂଚନା ଆଧାରରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୋଏଡା ପୋଲିସ କମିସନରଙ୍କୁ ଘଟଣା ସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ବିଲ୍ଡିଂ ତଳୁ ଉଦ୍ଧାରକାରୀ ୪ ଜଣଙ୍କୁ ବାହାର କରିଥିବା ବେଳେ ସେମାନଙ୍କୁ ତୁରନ୍ତ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଛି। କୁହାଯାଉଛି ବିଲ୍ଡିଂରେ ପ୍ରାୟ ୧୦ ଜଣ ଲୋକେ କାମ କରୁଥିଲେ। ଏଣୁ ଭଙ୍ଗା ଘର ତଳେ ଆହୁରି ଲୋକେ ଦବି ରହିଥିବାର ଆଶଙ୍କା କରାଯାଉଥିବା ବେଳେ ଘଟଣାସ୍ଥଳରେ ଏନଡିଆରଏଫ ପହଞ୍ଚି ଉଦ୍ଧାର ତ୍ୱରାନ୍ୱୀତ କରିଛନ୍ତି।

ଭୂଷୁଡି ପଡିଥିବା ବିଲ୍ଡିଂଟି ସେକ୍ଟର ୨୪ ଥାନା ଅଞ୍ଚଳରେ ରହିଛି। ଏକ କମ୍ପାନୀର ବିଲ୍ଡିଂ ନିର୍ମାଣ ବେଳେ ଏହି ଦୁର୍ଘଟଣା ଘଟିଛି। ବିଲ୍ଡିଂର ସମ୍ମୁଖ ସଟରିଂ ଅଂଶଟି ଧସି ପଡିଛି। ଆହତଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି। ଅନ୍ୟ ଆହତଙ୍କ ମଧ୍ୟ ମହିଳାଙ୍କୁ ମଧ୍ୟ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବିଲ୍ଡିଂ ଭାଙ୍ଗିବାର କାରଣ ଜଣାପଡିନାହିଁ।

   Related Posts