ନୋଇଡାରେ ଭୁଶୁଡି ପଡିଲା କୋଠା ; ୩ ମୃତଦେହ ଉଦ୍ଧାର
18/07/2018 at 5:26 AM

ଗ୍ରେଟର ନୋଇଡା ଅଂଚଳରେ ୨ଟି କୋଠା ଭୁଶୁଡି ପଡିଛି | ଭଙ୍ଗା କୋଠା ତଳୁ ୩ ଟି ମୃତଦେହ ଉଦ୍ଧାର କରାଯାଇଛି | ଏବେ ମଧ୍ୟ ବହୁ ସଂଖ୍ୟକ ଲୋକେ ଭଙ୍ଗା କୋଠା ତଳେ ଫସି ରହିଛନ୍ତି | କୋଠାରେ ୧୮ଟି ପରିବାର ରହୁଥିଲେ | ଘଟଣାସ୍ଥଳରେ ୪ଟି ଏନଡିଆରଏଫ ଟିମ ପହଂଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି | ଘଟଣାସ୍ଥଳରେ ୧୨ଟି ଆମ୍ବୁଲାନ୍ସ ରହିଛି | ଫସି ରହିଥିବା ଲୋକ ଏବଂ ମୃତଦେହ ଠାବ ପାଇଁ ସନ୍ଧାନୀ କୁକିର ମଧ୍ୟ ଲଗାଯାଇଛି |
Related Posts
କୋଭିଡ ଟିକା ଯୋଗାଣ ଲାଗି ଏଯାଏଁ ପାକିସ୍ତାନରୁ ମିଳିନି ଅନୁରୋଧ: MEA
22 January 2021