ଏମିତି ବି ଆସେ ମୃତ୍ୟୁ ! ରାତିରେ ଶୋଇଥିବା ବେଳେ ଭୁଶୁଡି ପଡିଲା ବିଲଡିଂ, ୧୬୦ ନିଖୋଜ, ୪ ଜଣଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | June 25, 2021 IST

ନୂଆଦିଲ୍ଲୀ ୨୫/ ୦୬ : ମୃତ୍ୟୁ କେତେବେଳେ ଆସେ କେଉଁ ରୁପରେ ଆସେ ତାହା କହିବା ମୁସ୍କିଲ । ଗୁରୁବାର ରାତିରେ ମିଆମୀରେ ଏକ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଯାହାକୁ ଶୁଣିଲେ ଲୋମ ଟାଙ୍କୁରୀ ଉଠିବ । ରାତିରେ ଶୋଇଥିବା ସମୟରେ ଏକ ବିଶାଳ ବିଲ୍ଡିଂ ଭୁଷୁଡିବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୫୯ରୁ ଉର୍ଦ୍ଧ୍ବ ଲୋକ ନିଖୋଜ ଅଛନ୍ତି । ସୌଭାଗ୍ୟବଶତଃ ବର୍ତ୍ତମାନ ସୁଦ୍ଧା ୧୨୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । କିନ୍ତୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧିପାଇପାରେ ବୋଲି ସ୍ଥାନୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

{"width":831,"height":548}
The partially collapsed Champlain Towers South condo in Surfside, Florida

ଘଟଣାକୁ ନେଇ ମିଆମୀର ମେୟର ଡାନିଏଲା ଲେଭିନେ କହିଛନ୍ତି, ଏହା ଏକ ମର୍ମନ୍ତୁଦ କାଳ ରାତ୍ରି ଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ୧୨୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଭଗ୍ନାବଶେଷ ମଧ୍ୟରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରାତି ପ୍ରାୟ ସାଢେ ୧ଟା ବେଳେ ଚାମ୍ପଲେନ୍ ଟାଓ୍ବାର ହଠାତ ଭୁଷୁଡି ପଡିଥିଲା । କେହି କିଛି ବୁଝିବା ଆଗରୁ କାନ୍ଥ ତଳେ ଚାପିହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୫୯ ଜଣ ନିଖୋଜ ଅଛନ୍ତି ଆଶା କରାଯାଉଛି ଯେ, ଉକ୍ତ ବିଲ୍ଡିଂର ଭଗ୍ନାବଶେଷ ତଳୁ କିଛି ଲୋକଙ୍କୁ ଜୀବିତ ଭାବେ ଉଦ୍ଧାର କରାଯାଇପାରିବ ।

{"width":842,"height":561}
An aerial view showing a partially collapsed building in Surfside near Miami Beach, Florida

ଉଦ୍ଧାର କାର୍ଯ୍ୟ ଦୃତ ଗତିରେ ଜାରି ରହିଛି । ଏଥିପାଇଁ ବଡ ବଡ ମେସିନ ସହାୟତାରେ ସିମେଣ୍ଟ କାନ୍ଥଗୁଡିକୁ  ହଟାଯାଉଛି । ଭଗ୍ନାବଶେଷ ଭିତରୁ ମଧ୍ୟ କିଛି ଲୋକଙ୍କ ଚିତ୍କାର ଶବ୍ଦ ଶୁଣାଯାଉଛି । ସେମାନଙ୍କର କିଭଳି ଭାବେ କୌଣସି ଅସୁବିଧା ନହେବ ସେ ନେଇ ସତର୍କତାର ସହ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଉଦ୍ଧାରକାରୀ ଦଳର ମୁଖ୍ୟ ରେହ ଜାଡାଲ୍ଲା କହିଛନ୍ତି ।    

{"width":829,"height":465}
Fire rescue personnel conduct a search and rescue with dogs through the rubble of the Champlain Towers South Condo

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.