Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ତାସ୍ ଘର ଭଳି ଭୁଶୁଡି ପଡିଲା କୋଠା, ଭଙ୍ଗା କୋଠା ତଳୁ ଜୀବନ୍ତ ଉଦ୍ଧାର ହେଲା ୫ ବର୍ଷ ଶିଶୁ

21/09/2020 at 11:06 AM

ଠାଣେ ୨୧/୦୯ :  ମହାରାଷ୍ଟ୍ରର ଠାଣେରେ ଥିବା ଭୀୱାଣ୍ଡିରେ ସୋମବାର ସକାଳୁ ତିନି ମହଲା କୋଠା ଭୁଶୁଡି ପଡିବାରୁ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଭଙ୍ଗା କୋଠା ତଳେ ୨୦-୨୫ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି । ଏବେ ସୁଦ୍ଧା ୨୫ଜଣଙ୍କୁ ଉଦ୍ଧାର କରାଯାଇଛି । ଏନଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ଠାଣେ ନଗର ନିଗମ ପିଆରୋ କହିଛନ୍ତି ଭୋର ସାଢେ ୩ଟା ସମୟରେ ଦୁର୍ଘଟଣା ଘଟିଛି । ଭୀୱାଣ୍ଡି ସ୍ଥିତ ପଟେଲ କମ୍ପାଉଣ୍ଡରେ ଦୁର୍ଘଟଣା ଘଟିଛି । ସେତେବେଳେ କୋଠାରେ ରହୁଥିବା ଲୋକେ ଗଭୀର ନିଦ୍ରାରେ ଶୋଇଥିଲେ । ଏବେ ସୁଦ୍ଧା ଭଙ୍ଗା କୋଠା ତଳୁ ୧୦ ଜଣଙ୍କ ମୃତଦେହ ବାହାର କରାଯାଇଛି । ଭଙ୍ଗା କୋଠା ତଳୁ ଏନଡିଆରଏଫ ଟିମ ଏକ ୫ ବର୍ଷର ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଶିଶୁକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଶିଶୁ ଜୀବନ ପ୍ରତି କୌଣସି ବିପଦ ନଥିବା ଡାକ୍ତର କହିଛନ୍ତି ।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଏହି କୋଠା ୧୯୮୪ ମସିହାରେ ତିଆରି ହୋଇଥିଲା । ଏଠାରେ ଥିବା ଜିଲାନି ଆପାର୍ଟମେଣ୍ଟର ୬୦ ନମ୍ବର ଘରର ଅଧା ଭାଗ ଗତକାଲି ବିଳମ୍ବିତ ରାତିରେ ଭୁଶୁଡି ପଡିଥିଲା । ଏହି ଆପାର୍ଟମେଣ୍ଟରେ ୨୧ ପରିବାର ରହୁଥିଲେ । ଏହି ଆପାର୍ଟମେଣ୍ଟ ଡେଞ୍ଜର ଜୋନରେ ଥିଲା । ଏହି କୋଠାକୁ ଖାଲି କରିବାକୁ ନୋଟିସ ମଧ୍ୟ ଜାରି କରାଯାଇଥିଲା । ନୋଟିସ ମିଳିବା ପରେ କିଛି ଲୋକ ସେଠାରୁ ଚାଲିଯାଇଥିଲେ । କିନ୍ତୁ କିଛି ଲୋକ ଏବେ ସୁଦ୍ଧା ସେଠାରେ ରହୁଥିଲେ ।

   Related Posts