ଜଣ ଜଣ କରି ସ୍ତ୍ରୀ, ପୁଅ, ବୋହୂ ଓ ନାତିକୁ ମାରିଲା ବିଲ୍ଡର, ନିଜେ ହୋଇଗଲା ଫେରାର: ସୁଇସାଇଡ୍‌ ନୋଟ୍‌କୁ ନେଇ ତଦନ୍ତ କରୁଛି ପୋଲିସ୍‌

Published By : Prameya-News7 Bureau | November 25, 2020 IST

ଲୁଧିଆନା ୨୫/୧୧: ପାରିବାରିକ କଳହର କରୁଣ ପରିଣତି। କେବଳ ୧୦ ମିନିଟ୍‌ରେ ପୁରା ପରିବାର ଛାରଖାର। ସମ୍ପୂର୍ଣ୍ଣ ପରିବାର ଲୋକଙ୍କୁ ମାରି  ଫେରାର ହୋଇଗଲା ମୁରବୀ। ଜଣେ ବିଲ୍ଡରର ଏଭଳି କାରନାମା ପଦାକୁ ଆସିଛି। ଏଭଳି ଏକ ଛାତିଥରା ଘଟଣା ପଞ୍ଜାବର ଲୁଧିଆନାରେ ଘଟିଛି।

ବିଲ୍ଡର ରାଜୀବ ସୁଣ୍ଡା ନିଜ  ପତ୍ନୀ, ପୁଅ, ବୋହୁ ଓ ୧୩ ବର୍ଷର ନାତିକୁ କୁରାଢ଼ୀରେ ହାଣି ହତ୍ୟା କରିବା ପରେ ଫେରାର ହୋଇଯାଇଛି। ଫେରାର ବେଳେ ରାଜୀବର କାର ଏକ ଗଛରେ ପିଟି ହୋଇଥିଲା। କିନ୍ତୁ ସେଠାରୁ ବଞ୍ଚି ଫେରାର ହେବାରେ ସକ୍ଷମ ହୋଇଥିଲା ରାଜୀବ । ମିଳିଥିବା ସୂଚନା ଅନୁସାରେ ରାଜୀବ ଘର ନିର୍ମାଣ କରି ବିକ୍ରି କରୁଥିଲା। ତା ପୁଅ ଆଶୀଷ ମଧ୍ୟ ରୋଜଗାର କରନ୍ତି। ତେବେ ରାଜୀବର ପରିବାର ସବୁ ବେଳେ ଘରେ ରହିବା ସହ କାହା ସହ କଥା ବାର୍ତ୍ତା କରୁନଥିବା ପଡ଼ୋଶୀ ପୋଲିସକୁ କହିଛନ୍ତି।

{"id":367507,"sizeSlug":"large"}

୪ ଦିନ ପୂର୍ବରୁ ରାଜୀବର ଘରେ ପାଟିତୁଣ୍ଡ ଶୁଭିଥିଲା ବୋଲି ପଡ଼ୋଶୀ କହିଛନ୍ତି। ସେପଟେ ଘଟଣାସ୍ଥଳରୁ ପୋଲିସକୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଛି। ସୁଇସାଇଡ୍‌ ନୋଟ୍‌ରେ ରାଜୀବ ସମସ୍ତ ଘଟଣା ଲେଖିଥିବା ଜଣାପଡ଼ିଛି। ନିଜ ପୁଅର ଶ୍ବଶୁର ଘର ପାଇଁ ସେ ଚିନ୍ତାରେ ରହୁଥିଲା। ଦୁଇ ବର୍ଷ ପୂର୍ବରୁ ପୁଅର ଶ୍ବଶୁର ଓ ଶଳାଙ୍କୁ ୪ ଲକ୍ଷ ଟଙ୍କା ଦେଇଥିବା ବେଳେ ସେମାନେ ଟଙ୍କା ଫେରାଇ ନଥିବା ଲେଖିଛି ରାଜୀବ। ପରେ ପୁଣି ୩ ଲକ୍ଷ ଟଙ୍କା ଦେଇଥିଲେ ବି ସେମାନେ ଫେରାଇ ନଥିଲେ।

ବୋହୂର ବାପ ଘର ଲୋକେ ୭ ଲକ୍ଷ ଟଙ୍କା ଫେରାଇବାକୁ ଅମଙ୍ଗ ହେଉଥିବା ବେଳେ ପୁଣି ୧୦ ଲକ୍ଷ ଟଙ୍କା ମାଗିଥିଲେ। ଏତେ ଟଙ୍କା ଦେବାକୁ ରାଜୀବ ମନା କରିବାରୁ ବୋହୂ ଘରେ ତାଣ୍ଡବ ରଚିଥିଲେ। ଏମିତି କି ବୋହୂ ତାଙ୍କ ଉପରେ ମିଥ୍ୟା ମାମଲା କରିବାକୁ ଧମକ ଦେଉଥିବା ରାଜୀବ ନୋଟ୍‌ରେ ଲେଖିଛି।

{"id":367509,"sizeSlug":"large"}

ପରିବାର ଲୋକଙ୍କ ନାଁରେ ମାମଲା ପୁଣି ସମାଜରେ ନାଁ ଖରାପ ହେବା ଭୟ ତାକୁ ଘାରିଥିଲା। ଯେଉଁଥିପାଇଁ ସେ ନିଜ ପରିବାରକୁ ହତ୍ୟା କରିବାକୁ ଯାଉଛି ଓ ନିଜେ ଆତ୍ମହତ୍ୟା କରିବ ବୋଲି ସୁଇସାଇଡ୍‌ ନୋଟ୍‌ରେ ଲେଖିଥିଲା ରାଜୀବ। ଏଥିପାଇଁ ପୁଅର ଶ୍ବଶୁର ଓ ଶଳାକୁ ଦାୟୀ କରିଥିଲା। ତେବେ ଏଭଳି ଏକ ଘଟଣାରେ ପିଏୟୁ ଥାନାଧିକାରୀ ପରମଦୀପ  ସିଂହ ଅଭିଯୁକ୍ତ ରାଜୀବ କୁମାର ବିରୋଧରେ ଧାରା ୩୦୨​‌ରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.