Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : କପିଳାଶ ଜାଗର ଯାତ୍ରା ପାଇଁ କଟକଣା, ଜିଲ୍ଲା ବାହାର ଭକ୍ତଙ୍କୁ ମନା, ଜିଲ୍ଲାବାସୀଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||
  • କଟକ : ରାଜ୍ୟରେ ପୁଣି ବଢିଲା ବସ୍ ଭଡା, ସାଧାରଣ ଓ ଏକ୍ସପ୍ରେସ କିଲୋମିଟର ପିଛା ୫ପଇସା, ଡିଲକ୍ସ ଓ ଏସି ଡିଲକ୍ସ ୧୦ପଇସା ବୃଦ୍ଧି
  • ||
  • ଧର୍ମଗଡ : ବାଇକ୍ ଉପରେ ମାଡିଗଲା ବସ୍, ଘଟଣାସ୍ଥଳରେ ୩ ମୃତ
  • ||
  • ସାନଖେମୁଣ୍ଡି : ବାରହା ଆକ୍ରମଣରେ ୭ ଆହତ, ଗ୍ରାମବାସୀ ଭୟଭୀତ
  • ||
  • ରାଉରକେଲା : ଶିଶୁପାଳ ହୋଇ ଫେରିଲା ବର, ଅଧାରୁ ବନ୍ଦ ହେଲା ବାଲ୍ୟ ବିବାହ
  • ||
  • ଆଠଗଡ : ସରିଯାଉଛି ଟୋକନ ଅବଧି, ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ଚାଷୀଙ୍କ ରାସ୍ତା ଅବରୋଧ
  • ||
  • ଭଦ୍ରକ : ଅଷ୍ଟପ୍ରହରୀ ଚାନ୍ଦା ପାଇଁ ଗଛରେ ବାନ୍ଧି ନିସ୍ତୁକ ମାଡ ଅଭିଯୋଗ, ଥାନାରେ ଏତଲା
  • ||
  • ନୀଳଗିରି : ନୀଳଗିରି ସହରରେ ବୁଲୁଛି ଭାଲୁ, ଲୋକେ ଭୟଭୀତ
  • ||
  • ରାଉରକେଲା : ଛାତ୍ରଙ୍କ ନାଁରେ ଜିଏସଟି ଠକେଇ ଅଭିଯୋଗ, ୩୮କୋଟି ଟଙ୍କାର ଠକେଇ ନେଇ ନୋଟିସ୍
  • ||
  • ସାନଖେମୁଣ୍ଡି : ଥାନାଠାରୁ ୧ କି.ମି. ଦୂରରେ ଚାଲିଥିଲା ବେଆଇନ ବିଦେଶୀ ମଦ ବିକ୍ରି, ଚଢାଉ କରି ନଷ୍ଟ କଲା ପୋଲିସ
  • ||

ଠକେଇ ଅଭିଯୋଗରେ ବିଲ୍ଡର ଗିରଫ, ଘର ଦେବାକୁ କହି ନେଇଥିଲା ଲକ୍ଷାଧିକ ଟଙ୍କା

29/06/2019 at 12:12 PM

ଭୁବନେଶ୍ବର ୨୯|୬: ଘର ଦେବାକୁ କହି ଠକେଇ ଅଭିଯୋଗରେ ବିଲ୍ଡର ଜମେଶ୍ବର ଶର୍ମା ଗିରଫ ହୋଇଛନ୍ତି। ବିଲ୍ଡର ଜମେଶ୍ବର ଶର୍ମାଙ୍କୁ ଗିରଫ କରିଛି ଏୟାରଫିଲ୍ଡ ଥାନା ପୋଲିସ। ରାଜେଶ୍ବର ଦାଶ ନାମକ ଜଣେ ବ୍ୟକ୍ତିଙ୍କୁ ଘର ଦେବାକୁ କହି ଠକେଇ କରିଥିଲେ ବିଲଡର।

ସୂଚନାଯୋଗ୍ୟ ଯେ, ୨୦୧୫ ମସିହାରୁ ବିଲ୍ଡର ଜମେଶ୍ବର ଶର୍ମା ଘର ଦେବାକୁ କହି ଅନେକ ଲୋକଙ୍କଠାରୁ ଘର ଦେବାକୁ କହି ଟଙ୍କା ନେଇଥିଲେ । ରାଜେଶ୍ବର ଦାଶ ନାମକ ଜଣେ ବ୍ୟକ୍ତିଙ୍କଠାରୁ ମଧ୍ୟ ଘର ଦେବାକୁ କହି ୩୫ଲକ୍ଷ ଟଙ୍କା ନେଇଥିଲେ । ଏହିଭଳି ଭାବେ ପ୍ରାୟ ୨କୋଟିରୁ ଅଧିକ ଟଙ୍କା ସେ ୩୬ଜଣଙ୍କଠାରୁ ନେଇଥିଲେ । ନଖରା ଅଞ୍ଚଳରେ ଥିବା ଏକ ଜମିରେ ଘର ତିଆରି କରି ଦେବା ପାଇଁ କହି ବିଭିନ୍ନ ଲୋକଙ୍କଠାରୁ ଟଙ୍କା ନେଇଥିଲେ । ମାତ୍ର ଏ ଭିତରେ ଲୋକମାନେ ଘର ନପାଇବାରୁ ରାଜେଶ୍ବର ଦାଶ ନାମକ ଜଣେ ବ୍ୟକ୍ତି ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲ । ଗତକାଲି ରାତିରେ ତାଙ୍କୁ ଏୟାରଫିଲ୍ଡ ଥାନା ପୋଲିସ ଗିରଫ କରିଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ।

   Related Posts